Friday, March 29, 2024

Top 5 This Week

Related Posts

ପ୍ରତି ମାସରେ ୨ ହଜାର ରୁ ଉର୍ଦ୍ଧ୍ୱ ଗାଈ ଗୋରୁ ଆନ୍ଧ୍ର ଚାଲାଣ ହେଉଛନ୍ତି : ୨୮ ଗୋରୁ ଜବତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୫) : ପ୍ରତି ମାସରେ ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ କାଶୀନଗର ଦେଇ ହଜାର ହଜାର ଗୋରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି ।WhatsApp Image 2022 05 20 at 9.18.36 AM ପ୍ରତି ମାସରେ ୨ ହଜାର ରୁ ଉର୍ଦ୍ଧ୍ୱ ଗାଈ ଗୋରୁ ଆନ୍ଧ୍ର ଚାଲାଣ ହେଉଛନ୍ତି : ୨୮ ଗୋରୁ ଜବତ

ସୂଚନା ମୁତାବକ ପ୍ରତି ମାସରେ ରାୟଗଡ଼ା ଜିଲ୍ଲା ଭାମିନି ହାଟ ଓ ଆନ୍ଧ୍ର ର ବଳଦା ଠାରେ ଗୋରୁ ହାଟ ବସିଥାଏ । ସେଠାକୁ ଆନ୍ଧ୍ର ର ଦଲାଲ ମାନେ ଉପସ୍ଥିତ ରହି ବିଭିନ୍ନ ଏଜେଣ୍ଟ ମାନଙ୍କ ଦ୍ଵାରା ଗାଈ ଗୋରୁ କ୍ରୟ କରନ୍ତି । ଏସବୁକୁ କାଶୀନଗର ଥାନା ଅନ୍ତର୍ଗତ ହାଡୁଭାଙ୍ଗି ଦେଇ ବିଭିନ୍ନ ପିକ୍ ଅପ୍ ଗାଡ଼ିରେ ଖୁନ୍ଦା ଖୁନ୍ଦି କରି ଚଢ଼େଇ ଶ୍ରୀକାକୁଲମ ଦେଇ ଆନ୍ଧ୍ର ର ହାଇଦ୍ରାବାଦ କୁ ସ୍ଥାନାନ୍ତର କରାଯାଏ ।

ତଥାପି ଆହୁରି କିଛି ଗଳା ବାଟ ଦେଇ ବେପାରୀ ଗୋରୁ ଙ୍କୁ ଚଳାଇ ଚଳାଇ ହାଟ ରୁ ପ୍ରାୟ ୩୦ କିମି ଆଣନ୍ତି । କିଛି ଗୋରୁଙ୍କୁ ଶିଆଳି ଦେଇ ଆଉ କିଛି ଗୋରୁଙ୍କୁ କିତୀଙ୍ଗି ଦେଇ ଆଣନ୍ତି । ସେ ଯାହା ହେଉ ନା କାହିଁକି ମୋଟ ଭାବେ ପ୍ରତ୍ୟେକ ସପ୍ତାହରେ ଅନ୍ୟୁନ ଦୁଇ ହଜାର ଗାଈ ଗୋରୁ ଏହି ଅଞ୍ଚଳ ରୁ ଚାଲାଣ ହୁଏ । ଏଣୁ ଗୋ ସୁରକ୍ଷା କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

ପୋଲିସ ଙ୍କ ହାବୁଡରେ ଗତକାଲି ଏକ ପିକ ଅପ୍ ଭ୍ୟାନକୁ ଜବତ କରି ୨୮ ଟି ଗୋରୁ ଜବତ କରିଛି ଏବଂ ୪ ଚାଲାଣକାରି ଙ୍କୁ ଗିରଫ କରି ଏକ ମୋକଦ୍ଦମା ରୁଜ୍ଜୁ କରିଛି ଯାହାର ନମ୍ବର ୫୪/୨୨ ଅଟେ । ପୋଲିସ୍ ପେଟ୍ରୋଲିଙ୍ଗ୍ ବେଳେ ଧରା ପଡ଼ିଛି । ହାଡୁଭାଙ୍ଗି ଛକରେ ତନଖି ଫାଟକ କରି ସପ୍ତାହ ର ଦୁଇ ଦିନ ଜଗିଦେଲେ ଗୋ ସୁରକ୍ଷା ହୋଇପାରିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଅନୁରୋଧ କରାଯାଇଛି । କାଶୀନଗର ପୋଲିସ ଅଧିକାରୀ ଏ ସମ୍ପର୍କରେ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Popular Articles