ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଭାଗୃହ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଡଃ ବି.ଏଲ.ଏନ ପୃଷ୍ଟି, ଡଃ ଶକ୍ତି ମହାନ୍ତି, ଡାଃ ମମତା ସାହୁ ପ୍ର୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ରାୟଗଡା ଜିଲ୍ଲାରୁ ମ୍ୟାଲେରିଆ ମୁକ୍ତ ଜିଲ୍ଲା ଗଠନ କରିବା ପାଇଁ ସମସ୍ତ ପ୍ରକାର ପୟାସ ଜାରୀ ରହିଥିବା ପ୍ରକାଶ କରିଥିଲେ । ଲୋକେ ସଚେତନତ ହେଲେ ମ୍ୟାଲେରିଆକୁ ସଂପୂର୍ଣ୍ଣ ରୂପେ ଦମନ କରାଯାଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଥିସହ ସବୁବେଳେ ଏଲଏଲଆଇଏନ ମଶାରୀ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଡଃ ବି.ଏଲ.ଏନ ପୃଷ୍ଟି ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ରାୟଗଡା ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂପର୍କରେ ବିବରଣୀ ରଖିଥିଲେ । ଏକଦା ରାୟଗଡା ଜିଲ୍ଲା ଓଡିଶାରେ ପ୍ରଥମ ଏବଂ ଭାରତର ଦ୍ୱିତୀୟ ସର୍ବାଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲା ତଥା ପ୍ରଦେଶ ଭାବେ ପରିଚିତ । କିନ୍ତୁ ବର୍ତମାନ ପରିସ୍ଥିତିରେ ବହୁତ ସୁଧାର ଆସି ବର୍ତମାନ ରାୟଗଡା ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ହ୍ରାସ ହୋଇ ୬୫ ପ୍ରତିଶତରୁ ଖସି ୫ ପ୍ରତିଶତରେ ପହଂଚିଛି ଏବଂ ରାୟଗଡା ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ ଜିଲ୍ଲା ଗଠନ କରିବା ନିମନ୍ତେ ପ୍ରୟାସ ଜାରୀ ରହିଛି ବୋଲି ଡଃ ପୃଷ୍ଟି ପ୍ରକାଶ କରିଥିଲେ ।

ବର୍ତମାନ ଚନ୍ଦ୍ରପୁର ବ୍ଲକରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ବୋଲି ମଧ୍ୟ ଡଃ ପୃଷ୍ଟି ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲାରେ ଥିବା ୧୮୫ଟି ଗ୍ରାମରେ ମ୍ୟାଲେରିଆ ନିରାକରଣ ପାଇଁ କାର୍ଯ୍ୟକ୍ରମ ଜାରୀ ରହିଥିବା ନେଇ ମଧ୍ୟ ସୂଚନା ଦେଇଥିଲେ । ମ୍ୟାଲେରିଆ ନିରାକରଣ ପାଇଁ ଅହରହ ପ୍ରୟାସ କରିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ରକୁ ପରୁସ୍କୃତ କରାଯାଇଥିଲା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମ୍ୟାଲେରିଆ ବିରୁଦ୍ଧରେ ସ୍ୱର ଉତୋଳନ କରି ଏଥର ରାୟଗଡା ଜିଲ୍ଲାବାସୀ ମ୍ୟାଲେରିଆ ମୁକ୍ତ ସମାଜ, ମୋ ଠାରୁ ଆରମ୍ଭର ନାରା ଦେଇଥିଲେ । ଜିଲ୍ଲାରୁ ମ୍ୟାଲେରିଆ ଜନିତ ମୃତ୍ୟୁକୁ ସଂପୂର୍ଣ୍ଣ ରୂପେ ମୁଳୋତ୍ପାଟନ କରି ମ୍ୟାଲେରିଆ ରୋଗୀସଂଖ୍ୟା ହ୍ରାସ କରିବା ପାଇଁ ଉପସ୍ଥିତ ଆଶା କର୍ମୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ ।

କାର୍ଯ୍ୟକ୍ରମ ଶେଷରେ ଡିପିଏମ ରାଜେଶ୍ୱର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶଥପଥି, ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଇମ୍ଫା ଥେରୁବାଲିର ଲୋକ ସଂପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.