ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

0
138
ଡିବିଟି ମାଧ୍ୟମରେ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୧୯/୦୫) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟରେ ଆଜି ନୂତନ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି ।WhatsApp Image 2022 05 20 at 6.41.40 AM 1 ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଏଥିରେ ବ୍ଲକ ର ୧୮୪ ଜଣ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ତାଙ୍କ ଏକାଉଣ୍ଟରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।

କାର୍ଯ୍ୟକ୍ରମକୁ ବିଏସଏସଓ ତୁଷାର ରଞ୍ଜନ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ ର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପିଇଓ ମାନେ ଯୋଗ ଦେଇଥିଲେ ।