Friday, March 29, 2024

Top 5 This Week

Related Posts

ବର୍ଷ ବର୍ଷ ଧରି ବିଇଓ କାର୍ଯ୍ୟାଳୟରେ ଉଇ ଖାଉଛି ବହି : ବିନା ବହିରେ ବିଦ୍ୟାଳୟରେ ଚାଲିଛି ପାଠ ପଢା

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୧୯/୫) : ଆମ ରାଜ୍ୟରେ କରୋନା ସଂକ୍ରମଣ ରେ ସବୁଠୁ ଅଧିକ ପ୍ରଭାବିତ ହେଲା ଆମ ଶିକ୍ଷା ବ୍ୟବସ୍ଥା । କରୋନା କଟକଣା ଯୋଗୁଁ ଗତ ୨୦୧୯ ମସିହା ଠାରୁ ବିଦ୍ୟାଳୟ ଗୁଡିକରେ ପାଠ ପଢା ବନ୍ଦ ହୋଇଥିବା ବେଳେ ୨୦୨୨ ରେ ଛାତ୍ରଛାତ୍ରୀ ମାନେ ଦିର୍ଘ ଦୁଇ ବର୍ଷ ପରେ ବିଦ୍ୟାଳୟ ମୁହାଁ ହେଲେ କିନ୍ତୁ ବିନା ବହିରେ ବିଦ୍ୟାଳୟରେ ଚାଲିଛି ପାଠ ପଢା । ବର୍ଷ ବର୍ଷ ଧରି ବିଇଓ କାର୍ଯ୍ୟାଳୟରେ ଉଇ ଖାଉଛି ବହି ।

ଦୀର୍ଘ ଦିନ ବ୍ୟବଧାନରେ ଛାତ୍ରଛାତ୍ରୀ ମାନେ ପାଠରୁ ବିରତ ରହିଥିବାରୁ ରାଜ୍ୟ ସରକାର ଚଳିତ ବର୍ଷ ମେ ମାସ ୨ ତାରିଖରୁ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ର ମାନବୃଦ୍ଧି ଏବଂ ପୂର୍ବ ପାଠ ର ଆଲୋଚନା ନିମନ୍ତେ ଚଳିତ ବର୍ଷ ୨ ତାରିଖ ରୁ ନୂତନ ପଦ୍ଧତିରେ ପାଠ ପଢା ସାଙ୍ଗକୁ ପୂର୍ବ ବର୍ଷ ର ପାଠ ପଢାଇବା ନିମନ୍ତେ ନିଷ୍ପତ୍ତି ହୋଇଛି ।

ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକରେ । ବର୍ଷ ବର୍ଷ ଧରି ବିଇଓ କାର୍ଯ୍ୟାଳୟରେ ଉଇ ଖାଉଛି ବହି । ସରକାର ପୂର୍ବ ବର୍ଷ ର ପାଠ ରିଭିଜନ୍ ନିମନ୍ତେ ପ୍ରତ୍ୟେକ ଦିନ ର କାର୍ଯ୍ୟ ସାରଣୀ ପ୍ରସ୍ତୁତି କରିଥିବା ବେଳେ ଏହି କେଲେଣ୍ଡର ଅନୁଯାୟୀ ବିଦ୍ୟାଳୟ ମାନଙ୍କରେ ପଢାଇବେ ଶିକ୍ଷକ । ପ୍ରାଥମିକତା ଦୃଷ୍ଟିରୁ ଗଣିତ, ଇଂରାଜୀ ଏବଂ ଓଡିଆ ଭାଷା କୁ ଗୁରୁତ୍ୱ ଦିଆଯାଇଛି ।

ହେଲେ ବର୍ତ୍ତମାନ ସୁଦ୍ଧା ବ୍ଳକ ର ଅଧିକାଶଂ ବିଦ୍ୟାଳୟ ମାନଙ୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯାଇନି । ବିଷମ କଟକ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ବହି ଥିବା ସତ୍ତ୍ୱେ ବିଦ୍ୟାଳୟ ଖୋଲିବାର ୧୬ ଦିନ ପରେ ମଧ୍ୟ ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକ ପାଇ ନଥିବା ଦୁର୍ଭାଗ୍ୟଜନକ । ହେଲେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ନଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି ପାଠ ପଢାଉଥିବେ ଏବଂ ଛାତ୍ରଛାତ୍ରୀ ମାନେ କିପରି ପାଠ ପଢୁଥିବା ତାହା ସହଜରେ ଅନୁମେୟ ।

ପୁଣି ସରକାର ଙ୍କ ନୂତନ ଶିକ୍ଷା ପଦ୍ଧତି କେତେ ଫଳପ୍ରଦ ହେଉଥିବ । କେଉଁ ପରିସ୍ଥିତିରେ କାର୍ଯ୍ୟଳୟରେ ବହି ଗିଛିତ ରହିଥିଲେ ସୁଦ୍ଧା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଉ ନାହିଁ ସେ ସଂକ୍ରାନ୍ତରେ ଆମ୍ଭେ ବ୍ଲକ ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡା ଙ୍କ ସହ ଯୋଗାଯୋଗ କରିଥିବା ବେଳେ ବହି ବିତରଣ ଘଟଣା କୁ ହାଲକା ଭାବେ ନେବା ସହ କାଲି ଠାରୁ ପାଠ୍ୟ ପୁସ୍ତକ ବିତରଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବିନା ବହିରେ ବିଦ୍ୟାଳୟ ମାନଙ୍କରେ କିପରି ପାଠ ପଢା ଯାଉଛି ତାହା ଶିକ୍ଷା ବିଭାଗ ର କାର୍ଯ୍ୟ ଶୈଳୀକୁ ନେଉ ଉଠୁଛି ବଡ଼ ପ୍ରଶ୍ନ ଏବଂ କାହିଁକି ବିଭାଗ ତରଫରୁ ପାଠ୍ୟ ପୁସ୍ତକ ବିତରଣରେ ବିଳମ୍ବ କରାଯାଉଛି ସେ ଦିଗରେ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Popular Articles