ବାଲିଗୁଡାରେ ପଥଚାରୀଙ୍କ ଅଂଶୁଘାତରେ ମୃତ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳଜିଲ୍ଲା ବାଲିଗୁଡା ଆହାର କେନ୍ଦ୍ର ବାରଣ୍ଡାରେ ଜଣେ ଯୁବକ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ମୃତକଙ୍କ ପରିଚୟ ମିଳିଛି ମୃତକ ହେଲେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡାଗୁଡା ଗ୍ରାମପଞ୍ଚାୟତର ସିମେଲକିଆ ଗାଁର ଚାନ୍ଦ ମଲ୍ଲିକ । କୌଣସି କାମରେ ଚାନ୍ଦ ବାଲିଗୁଡା ଆସିଥିଲେ ଦେହ ଅସୁସ୍ଥ ହେବାରୁ ଆହାର କେନ୍ଦ୍ର ବାରଣ୍ଡାରେ ବିଶ୍ରାମ ନେଉଥିବା ବେଳେ ପ୍ରାଣବାଯୁ ଉଡିଯାଇଥିଲା | ଦିନ ତମାମ ମୃତ ଦେହ ବାରଣ୍ଡାରେ ପଡିରହିଥିଲା | ପରେ ପୋଲିସ ପହଞ୍ଚି ଶବକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି | ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.