ଗୁଣପୁରର ଝିଅ, ଫେମିନା ମିସ୍‌ ଇଣ୍ଡିଆରେ

ରାୟଗଡ଼ା (ଜ଼ିଲ୍ଲା ପ୍ରତିନଧି ଅମୁଲ୍ୟ ନିଶଙ୍କ): ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣପୁରର ଝିଅ ଶୀତଲ ସାହୁ କୃତିତ୍ୱ ହାସଲ କରିଛନ୍ତି ।

ଇଷ୍ଟଜୋନ୍‌ ପାଇଁ କୋଲକାତାରେ ଅନୁଷ୍ଠିତ ପ୍ରତିଯୋଗିତାରୁ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସେ ମନୋନୀତ ହୋଇଛନ୍ତି । ପ୍ରତିଯୋଗିତାରେ ପରବର୍ତ୍ତୀ ରାଉଣ୍ଡ ସମସ୍ତ ରାଜ୍ୟର ଜଣେ ଲେଖାଁଏ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୀତଲ ଉକ୍ତ ରାଉଣ୍ଡକୁ ଉତୀର୍ଣ୍ଣ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି । ନାଭି ମୁମ୍ବାଇର ଏକ ବେସରକାରୀ କଂପାନିରେ ଚାକିରୀ କରୁଥିବା ଶୀତଲଙ୍କ ପିଲା ଦିନ ଗୁଣପୁରରେ କଟିଥିବା ବେଳେ ମାଟ୍ରିକ୍‌ ପର୍ଯ୍ୟନ୍ତ ସେ ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଢ଼ିଛନ୍ତି । ପରେ ବୁର୍ଲାରେ ଆଇଟିରେ ବି ଟେକ୍‌ ପାଠ୍ୟକ୍ରମ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ ପାଇଥିଲେ । ଶୀତଲଙ୍କ ବାପା ଜୀବନ ସାହୁ ବୃତ୍ତିରେ ଜଣେ ଠିକାଦାର ହୋଇଥିବା ବେଳେ ମାଆ ସ୍ୱପ୍ନାରାଣୀ ଅଧିକାରୀ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି ।

Comments are closed.