Related Contents

ଚୈତ୍ରପର୍ବ ଅବସରରେ ବେଣ୍ଟ ଶିକାରକୁ ଯାଇ ଶିକାରୀର ଜୀବନ ଗଲା

ମାଲକାନଗିରି(ଜିଲ୍ଲା ପ୍ରତିନିଧି-ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ଖଇରପୁଟ ଅନ୍ତର୍ଗତ ରାସବେଡା ପଞ୍ଚାୟତ ସିନ୍ଧିଗୁଡା ଗ୍ରାମରେ ଏକ ଅଭାବନୀୟ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି ।

ସନିଆ ମିରଗମ୍ (ବୟସ୨୮)ମଙ୍ଗଳବାର ଦିନ ସକାଳ୧୧ଟା ସମୟରେ ଆଦିବାସୀଙ୍କ ପରମ୍ପରା ଅନୁସାରେ ଚୈତ୍ରପର୍ବ ପାଳନ ଅବସରରେ ବେଣ୍ଟ ବା ଶିକାର କରି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଆଖ ପାଖ ତିନିଚାରଟି ଗ୍ରାମରୁ ପ୍ରାୟ ୩୫ ରୁ ୪୦ଜଣ ଏହି ବେଣ୍ଟ ଶିକାରରେ ସାମିଲ ହୋଇଥିବା ବେଳେ ଜଙ୍ଗଲ ମଧ୍ୟରେ ହଠାତ ଏହି ଘଟଣା ଘଟିଯାଇ ଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଜଙ୍ଗଲରେ ଜନ୍ତୁ ମାରିବା ସମୟରେ ଚାରିଦିଗରୁ ଘେରାଉ କରି ନିଜ ନିଜର ଧନୁତୀରକୁ ଯୋଖି ପଶୁ ଶିକାର କରିବା ଅବସ୍ଥାରେ ହଠାତ ଅପର ପକ୍ଷରୁ ଦୁଇଟି ତିର ଆସି ସନିଆ ମିରଗମ୍ ଙ୍କ ବାମ ହାତ କାଖ ତଳେ ଗଳି ଯାଇଥିଲା ଯାହା ଫଳରେ ସେ ଘଟଣାସ୍ତଳରେ ମୃତ୍ୟୁ ବରଣ କରିଥିଲେ । ଏହି ମୃତ୍ୟୁକୁ ସନ୍ଦେହ କରି ତାଙ୍କ ପରିବାର ତରଫରୁ ଦାଦା ମଙ୍ଗଳା ଖିଲ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣା ସ୍ଥଳକୁ ଯାଇ ମୃତ୍ୟୁର କାରଣ ତଦନ୍ତ କରିବା ସହ ଆଇପିସି ୩୦୪ରେ ମାମଲାରେ କେଶ ରୁଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇ ଥିଲେ ।

Comments are closed.