ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଆହତ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ଥାନା ଅନ୍ତର୍ଗତ ଚେରେକା ପଞ୍ଚାୟତରେ ଏକ ଅଭାବନିୟ ଘଟଣା ଘଟିଛି |

ସୂଚନାରୁ ପ୍ରକାଶଯେ ଗତ କାଲି ରାତିରେ ଚେରେକା ପଞ୍ଚାୟତର ବୋରେଇଗୁଡା ଓ ଭକ୍ତରାମଗୁଡା ଦୁଇ ଗାଁ ମଧ୍ୟରେ କୌଣସି ଏକ କାରଣକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା | ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଅବସ୍ଥାରେ କୁନ୍ଦୁରା ମେଡିକାଲରେ ଥିବାବେଳେ ଗୁପ୍ତ ପୂଜାରୀ ନାମକ ବ୍ୟକ୍ତି ଆଜି ସକାଳେ ଜୟପୁର ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି |ବୈପାରୀଗୁଡା ପୋଲିସ ବିଏସଏଫ ସାହାଯ୍ୟରେ ଘଟଣା ସ୍ଥାନରୁ ଛଅ ଜଣକୁ ଆଣି ଅଟକ ରଖି ପଚରା ଉଚରା କରୁଥିବା ବେଳେ ଉକ୍ତ ଗ୍ରାମରେ କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ନଜର ରଖାଯାଇଛି ବୋଲି ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି |

Comments are closed.