Friday, March 29, 2024

Top 5 This Week

Related Posts

ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ର ସାଧାରଣ ଅଧିବେଶନ ସକାଶେ ପ୍ରସ୍ତୁତି ବୈଠକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୯/୦୫) : ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ର ବାର୍ଷିକ ଅଧିବେଶନ ର ସଫଳ ରୂପାୟନ ପାଇଁ ବ୍ରହ୍ମପୁର କୋଟ ପେଟା ଛକ, ମହାସଙ୍ଘ ର ଆଞ୍ଚଳିକ କାର୍ଯ୍ୟଳୟ, ଟେକ୍ନୋଅଫିସ ପ୍ରାଙ୍ଗଣରେ ତା୦୬/୦୫/୨୦୨୨ ସଂଧ୍ୟା ୫:୩୦ ସମୟରେ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା କାର୍ଯ୍ୟକାରୀ ସଭାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ର ସାଧାରଣ ଅଧିବେଶନ ଆସନ୍ତା ତା ୨୦/୦୫/୨୦୨୨ ରିଖ ଦିବା ୧୦ ଘଟିକା ସମୟରେ ରାୟଗଡ଼ା ସହରସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ ପରିସରରେ ରାୟଗଡ଼ା ଜିଲ୍ଲା ବ୍ରାହ୍ମଣ ସମାଜ ର ଆନୁକୂଲ୍ୟରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଗଲା । ସାଧାରଣ ଅଧିବେଶନ ର ସୁପରିଚାଳନା ତଥା ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ଯେପରି ଆସନ୍ତା ଡିସେମ୍ବର ମାସ ୨୦୨୨ ସୁଦ୍ଧା କରାଯିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ଗୁରୁତ୍ୱ ଦିଆଗଲା । ଏହା ସହିତ ରାୟଗଡ଼ା ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ସେହିଦିନ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ କରାଯିବ ।

ଉକ୍ତ ବୈଠକରେ ମହାସଂଘ ର ଉପଦେଷ୍ଟା ଇଂ-ସୀମାଞ୍ଚଳ ମହାପାତ୍ର, ସାଧାରଣ ସମ୍ପାଦକ ଇଂ-ଜଗନ୍ନାଥ ପାଢ଼ୀ, ଦକ୍ଷିଣାଞ୍ଚଳ ଉପ ସଭାପତି ତଥା ପ୍ରମୁଖ ସାମ୍ବାଦିକ ଶ୍ରୀ ରଞ୍ଜନ କୁମାର ରଥ, ରାୟଗଡା ଜିଲ୍ଲା ସଭାପତି ମଦନ ମହନ ପାଢ଼ୀ, ମହାସଙ୍ଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ରାମ ପ୍ରସାଦ ଦାଶ, କୋଷାଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। । ରାୟଗଡ଼ା ର ବରିଷ୍ଠ ସଦସ୍ୟ ତଥା ସମାଜ ସେବୀ ଶ୍ରୀ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles