Related Contents

ଅଗ୍ନିଶମ କର୍ମଚାରୀଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ କଲା ଆତ୍ମସମର୍ପଣ

ବିନିକା(ଧ୍ରୁବରାଜ ମିଶ୍ର): ବିନିକା ନୂଆବଜାର ସ୍ଥିତ ବିୟର ପାର୍ଲର ଅପ ସପ ଠାରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟାକରିବା ପରେ ଅପରାଧୀ ଜଣକ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି | ଏହି ଘଟଣା ପରେ ସାରା ବିନିକା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି |

ଘଟଣାରୁ ପ୍ରକାଶ ଯେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ଦୁଷ୍ମନ୍ତ କୁମାର କିସାନ (୨୮) ସବୁ ଦିନ ପରି ଆଜି ମଧ୍ୟ ନିଜ କାର୍ଯ୍ୟାଳୟରେ କାମ କରୁଥିଲେ | ପ୍ରାୟ ଦିନ ୧୦ଟା ସମୟରେ ବିନିକା ଚାମର ପାଦର ଟିଉ ଅଜଗର(୨୬) ନାମକ ଜୈନିକ ବ୍ୟକ୍ତି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ କୁ ଯାଇ ଦୁଷ୍ମନ୍ତ କୁ ଡାକି ଆଣିଥିଲା | ଉଭୟ ସେଠାରୁ ନୂଆବଜାର ସ୍ଥିତ ବିୟର ପାର୍ଲର କୁ ଆସିଥିଲେ | ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା | ପରେ ଟିକୁ ଏକ ଠେଙ୍ଗା ବାଡ଼ିରେ ଦୁଷ୍ମନ୍ତ ମୁଣ୍ଡରେ ପିଟି ତଳେ ପକାଇ ଦେଇଥିଲେ ଓ ଏକ ଧାରୁଆ ଅସ୍ତ୍ରରେ ତାର ଗଳା କୁ ହାନି ଦେଇଥିଲା | ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଷ୍ମନ୍ତ ଛଟପଟ ହେବ ପରେ ତାର ପ୍ରାଣ ବାୟୁ ଉଡିଯାଇଥିଲା | ପରେ ଟିକୁ ଅଜଗର ଧାରୁଆ ଅସ୍ତ୍ର ସହ ବିନିକା ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା | ପୋଲିସ ଖବର ଜାଣିବା ପରେ ଘଟଣା ସ୍ଥଳକୁ ଆସି ତଦନ୍ତ କରିଛି | ତାର କିଛି ସମୟ ପରେ ସୋନପୁର ଏସଡ଼ିପିଓ ମିହିର ପଣ୍ଡା ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରି ଯାଇଛନ୍ତି |

ଏ ନେଇ ବିନିକା ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇଛି | ଉକ୍ତ କେଶର ତଦନ୍ତ ଦାୟିତ୍ୱ ଏସ ଆଇ ସୂର୍ଯ୍ୟକାନ୍ତ ସେଠି ନେଇଛନ୍ତି | ମୃତ ଅଗ୍ନିଶମ କର୍ମଚାରୀ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପାଦ ଥାନା ଅଂଚଳର ବାସିନ୍ଦା ଅଟେ | ମୃତ ଦୁଃସମାନ୍ତର ଶବ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି | ପୋଲିସର କହିବା ଅନୁସାରେ ବର୍ତ୍ତମାନ ପ୍ରାଥମିକ ତଦନ୍ତ ଚାଲିଥିବାରୁ ହତ୍ୟାକାଣ୍ଡ ଘଟଣାଟି ସ୍ପଷ୍ଟ ଭାବେ ଜଣାପଡିନାହିଁ |

Comments are closed.