ମଡେଲ ବସଷ୍ଟାଣ୍ଡ ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

0
156
ମଡେଲ ବସଷ୍ଟାଣ୍ଡ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୮/୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମଡେଲ ବସଷ୍ଟାଣ୍ଡ କୁ ଅତ୍ୟାଧୁନିକ କରଣ ପାଇଁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି ।

ସୂଚନା ଥାଉ କି ବିନିକା ମଡେଲ ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡ ରେ ପରିଣତ କରିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇ ବିଭିନ୍ନ ସମୟରେ ସର୍ଭେ କରାଯାଇଥିଲା ସେଥିପାଇଁ ବିଜ୍ଞାପିତ ପରିଷଦ ତରଫରୁ ମଧ୍ୟ ଏହି ପରିସର ଭିତରେ ଥିବା ଜବରଦଖଲକାରି ଙ୍କୁ ନିଜ ନିଜର ସ୍ଥାନ ରୁ ହଟି ଯିବାକୁ ନୋଟିସ୍ ଜାରି ହୋଇଥିଲା ।

ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ପ୍ରାୟ ୬ଟି ଷ୍ଟଲ୍ ଓ ୨ଟି ବେସରକାରୀ ଘର ଭଙ୍ଗା ଯାଇଛି । ତେବେ ସର୍ବମୋଟ ୨୬ଟି ଘର, ବେସରକାରୀ ୪ଟି ଷ୍ଟଲ ଓ ଏନଏସିର ୧୯ ଗୋଟି ଷ୍ଟଲ ଭଙ୍ଗା ଯିବ ବୋଲି ଏନ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥ ସୂଚନା ଦେଇଛନ୍ତି ।

ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମର ରଥ, ଏସଡିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ, ବିନିକା ଥାନା ଅଧିକାରୀ ପବିତ୍ର ସାହୁଙ୍କ ସମେତ ପରିଷଦ କର୍ମଚାରୀ, ପୁଲିସ ବାହିନୀ ମୁତୟନ ହୋଇଛନ୍ତି I କୌଣସି ଅପ୍ରିତିକର ଘଟଣା ସାମାନାକୁ ଆସି ନଥିବା ବେଳେ ଶାନ୍ତି ଶୃଙ୍ଖଳା ର ସହିତ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ଜଣାପଡିଛି ।