ଆନନ୍ଦ ଉଲ୍ଲାସ ସହ ଶେଷ ହେଲା ଚୈତ୍ର ପର୍ବ ଭେଟ୍ ଘାଟ୍

ଲମତାପୁଟ(କପିଳେନ୍ଦ୍ର ଦେବ ସାମନ୍ତରାୟ): ଶେଷ ହେଲା ଲମତାପୁଟ ବ୍ଲକରେ ଚୈତ୍ର ପର୍ବ । ସଦର ମହକୁମାର କାଙ୍ଗ୍ରାପଡା ଗ୍ରାମରେ ଚଇତ ପରବ୍ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ପ୍ରାୟ ଆଖ ପାଖ ଅଞ୍ଚଳରୁ ଅନେକ ଲୋକ ମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପାରମ୍ପରିକ ବାଦ୍ୟ ଟାମକ୍ ମଇରୀ ଢାପୁ ଟିଡିବିଡି ଗୀତର ତାଳେତାଳେ ନୃତ୍ୟରେ ଝୁମି ଉଠିଥିଲେ | ଆବାଳ ବୃଦ୍ଧ ବନିତା ଧାଙ୍ଗଡା ଧାଙ୍ଗିଡି ସବୁ ଅତିଥି ମାନଙ୍କୁ ପାରମ୍ପରିକ ପାନିୟ ପେଣ୍ଡମ ସହ ଚଣା ଓ ଶୁଖୁଆପଡା ପିଆଇ ଅତିଥି ସତ୍କାର କରିଥିଲେ । ଏହା ଏକ ଭାଇଚାରାର ପର୍ବ ଏହି ପର୍ବ ପାଳନ କଲେ, ପୁର୍ବ ପୁରୁଷ ମାନେ ଆଶିର୍ବାଦ କରିଥାନ୍ତି | ଏହା ଦ୍ଵାରା ଚାଷ ସହିତ ପଶୁ ସମ୍ପଦ ଭଲ ରହିବା ସହ ଆଗାମୀ ଭବିଷ୍ୟତ ଭଲରେ ଜିବନ ଯାପନ କରିବେ ଓ ଧରଣି ପେନୁ ସମସ୍ତଙ୍କୁ ଖୁସିରେ ରଖିବେ ବୋଲି ବିଶ୍ଵାସ ରହିଛି । ଏହି ପର୍ବରେ ବିଭିନ୍ନ ସମ୍ପ୍ରଦାୟର ଯଥା ଆଦିବାସୀ ହରିଜନ ରଣା କୋମାର ଗଉଡ ସମସ୍ତେ ମିଶି ପାଳନ କରନ୍ତି ।

Comments are closed.