Advertisements
Thursday, July 9, 2020
Home headline ମାଲକାନଗିରି ଏମ.ଭି-୮୨ରେ ଯୁବତୀକୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ମାଲକାନଗିରି ଏମ.ଭି-୮୨ରେ ଯୁବତୀକୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ମାଲକାନଗିରି(ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ): ମୋଟୁ ଥାନା ଅନ୍ତର୍ଗତ ଏମ.ଭି-୮୨ନଂ ଗ୍ରାମର ପ୍ରଣବ ହାଲଦାରଙ୍କ ଝିଅ ପ୍ରିୟଙ୍କା ହାଲଦାର(୧୯)କୁ ତଣ୍ଟି କାଟି ହତ୍ୟା କରିବାର ଉଦ୍ୟମ ହୋଇଛି ।

ରାତି ପ୍ରାୟ ୧ଘଂଟା ସମୟରେ ୪ଜଣ ଅଜଣା ଯୁବକ ଏହି ଘଟଣାକୁ ଘଟାଇଛନ୍ତି । ଯୁବତୀ ଜଣଙ୍କ ରାତି ୧ଟା ସମୟରେ ଶୌଚାଳୟ ପାଇଁ ବାହାରିଥିଲେ ଏହି ସମୟରେ ହଠାତ ୪ଜଣ ଅଜଣା ଯୁବକ ପ୍ରିୟଙ୍କାଙ୍କ ମୁହଁରେ ଗାମୁଛା ବାନ୍ଧୀ ଘରଠୁ କିଛିବାଟ ଟାଣି ନେଇଯାଇଥିଲେ । ନିକଟରେ ଥିବା ଏକ କୋଠରୀରେ ନେଇ ଘରକୁ ବହାରପଟୁ ବନ୍ଦ କରିଦେଇଥିଲେ । ଯାହା ଫଳରେ କେହି ଘରଠୁ ପଦାକୁ ବାହାରି ପାରିନଥିଲେ । ଯୁବକ ମାନେ ପ୍ରଥମେ ପରିନ ପ୍ରିୟଙ୍କାର ହାତ କାଟିବା ପରେ ତଣ୍ଟିରେ ମଧ୍ୟ ବ୍ଲେଡ଼ ଲଗାଇ ଆଘାତ କରିଥିଲେ । ପ୍ରିୟଙ୍କା ଟଳି ପଡିବା ପରେ ସେମାନେ ସେଠୁ ପଳେଇ ଯାଇଥିଲେ । ପରିବାର ଲୋକ କବାଟ ଖୋଲିଲା ପରେ ବାପା ମା ପ୍ରିୟଙ୍କାଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ମାଲକାନଗିରିକୁ ସ୍ଥାନାନ୍ତର କରିଥିଲେ ।

ବର୍ତ୍ତମାନ ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅଜଣା ଯୁବକଙ୍କ ପରିଚୟ ନ ମିଳିଥିଲେ ମଧ୍ୟ କେଉଁମାନେ ଏହି କାମ କରିଛନ୍ତି ମୋଟୁ ପୋଲିସ ପାଇଁ ଏହା ଏକ ଚାଲେଞ୍ଜ ପାଲଟିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: