Thursday, March 28, 2024

Top 5 This Week

Related Posts

ରାୟଗଡା ଜିଲ୍ଲାର ୭୮୬ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୮/୫) : ପ୍ରଚେଷ୍ଟା ଅଭିଯାନ ର ଫଳ ସ୍ୱରୂପ ରାୟଗଡା ଜିଲ୍ଲା ପ୍ରଶାସନ ୨୦୨୧ ମସିହା ପାଇଁ ରାୟଗଡା ଜିଲ୍ଲାର ୭୮୬ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିଛନ୍ତି |0.69087300 1586758507 cn1660 21 ରାୟଗଡା ଜିଲ୍ଲାର ୭୮୬ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

୨୦୨୧ ମସିହାରେ ନିଜ ଗ୍ରାମରେ ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନଙ୍କ ଅନୁରୋଧ କ୍ରମେ ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭାପତି ତଥା ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସେହି ୭୮୬ଟି ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଅନୁମୋଦନ କରିଛନ୍ତି | ଗତବର୍ଷ ରାୟଗଡା ଜିଲ୍ଲାର ୫୫୯ ଟି ଗ୍ରାମକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ବାଲ୍ୟ ବିବାହ ମୁକ୍ତ ବୋଲି ଘୋଷଣା କରିଥିଲେ ।images 2 ରାୟଗଡା ଜିଲ୍ଲାର ୭୮୬ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

୨୦୨୧ ମସିହାରେ ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁଁ ଏହି ଗ୍ରାମ ଗୁଡିକର ଗ୍ରାମବାସୀ ନିଜ ସରପଞ୍ଚ ମାନଙ୍କୁ ନିଜ ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ |

ଏହି ଅନୁରୋଧ ପତ୍ର ଗୁଡିକୁ ଆଧାର କରି ସରପଞ୍ଚ ସେହି ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ତାଲିକା ଦେଖିବା ପାଇଁ କହିଥିଲେ ଏବଂ ସେହି ତଥ୍ୟକୁ ଆଧାର କରି ସରପଞ୍ଚ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ଏହି ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ଏହି ତାଲିକା ଗୁଡିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀଙ୍କ ନଜରକୁ ଆଣିଥିଲେ |

ଏହି ତାଲିକା ମଧ୍ୟରେ ରାୟଗଡ ବ୍ଲକର ୮୨ ଟି ଗ୍ରାମ ଥିଲା ବେଳେ କୋଲନରା ବ୍ଲକର ୬୫ ଟି ଗ୍ରାମ, ରାମନାଗୁଡା ବ୍ଲକର ୫୮ ଟି, ଗୁଣୁପୁର ବ୍ଲକର ୬୧ଟି, ଗୁଡାରି ବ୍ଲକର ୫୪ଟି, ପଦ୍ମପୁର ବ୍ଲକର ୫୮ ଟି, ବିଷମକଟକ ବ୍ଲକର ୨୬ ଟି, ମୁନିଗୁଡା ବ୍ଲକର ୭୪ଟି, ଚନ୍ଦ୍ରପୁର ବ୍ଲକର ୧୨୧ଟି, କଲ୍ୟଣ ସିଂ ପୁର ବ୍ଲକର ୧୦୩ ଟି ଓ କାଶୀପୁର ବ୍ଲକର ୮୪ଟି ଗ୍ରାମ ରହିଛି | ଏହି ତାଲିକା ଗୁଡିକୁ ଜିଲ୍ଲାପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠା ଯାଇଥିଲା ଏବଂ ଜିଲ୍ଲାପାଳ ସେହି ୭୮୬ ଟି ଗ୍ରାମକୁ ୨୦୨୧ ମସିହା ନିମନ୍ତେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିଛନ୍ତି |Child marriage ରାୟଗଡା ଜିଲ୍ଲାର ୭୮୬ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

ପ୍ରକାଶ ଥାଉ କି, ୨୦୧୯ ମସିହା ଅଗଷ୍ଟ ମାସରୁ ରାୟଗଡା ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ, ୟୁନିସେଫ ଓ ଆକ୍ସନ ଏଡର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସୂତ ହୋଇଥିଲା |

ସମସ୍ତ ପିଲା ବିଦ୍ୟାଳୟକୁ ଯିବେ, ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ପ୍ରସ୍ତୁତ ଏହି କାର୍ଯ୍ୟ ଖସଡା ଅନୁସାରେ ବିଭିନ୍ନ ବିଭାଗର ମିଳିତ ସଂଯୋଜନା କ୍ରମେ ବାଲ୍ୟ ବିବାହ ନିଷେଧ ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ |

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଢୁଥିବା ପିଲା, ପଞ୍ଚାୟତରାଜ ପ୍ରତିନିଧି, କିଶୋର ବାଳକ, କିଶୋରୀ ବାଳିକା ଓ ଜାତି ସମାଜର ମୁଖ୍ୟ ମାନଙ୍କୁ ନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ତଥା ଶପଥ ପାଠର ଆୟୋଜନର ଫଳ ସ୍ୱରୂପ ଜିଲ୍ଲାରେ ୨୦୨୧ ମସିହାରେ ୭୮୬ ଟି ଗ୍ରାମରେ ଗୋଟିଏ ବି ବାଲ୍ୟ ବିବାହ ହୋଇ ନ ଥିଲା |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles