କବିୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର(ଏ.ସତୀଶ): ସ୍ଥାନୀୟ ତୃପ୍ତି ହୋଟେଲ ସମ୍ମଳିନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବୁଲୁ ହୋତାଙ୍କ ଅଧ୍ୟକ୍ଷତାରେ ସାହିତ୍ୟିକ ଭାଗିରଥି ପାତ୍ର ସୃତି ସଂସଦ ଅନୁକୂଲ୍ୟରେ କବିୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏ. ଭି .ସ୍ୱାମୀ, ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ। କବି ଜେମାମଣୀ ବିଷୋୟୀ, ବରିଷ୍ଠ କବି ନାରାୟଣ ପଣ୍ଡା, ଅଧିବ୍ୟକ୍ତା ଏନ. ଅହମ୍ମଦ ଓ କେଦାର ତ୍ରିପାଠୀ ମଞ୍ଚାସିନ ରହି କବିୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ସୃତିଚାରଣ କରିଥିଲେ । ବରିଷ୍ଠ କବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଦୁର୍ଗା ପ୍ରସାଦ ପାଢ଼ୀ, ସହଦେଵ ପରିଡା, ରତିକାନ୍ତ ଦୁବେ, ମୋନଜ କୁମାର ପଟ୍ଟନାୟକ ପ୍ରମୁଖ କବିଙ୍କ ସୃତିଚାରଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସିଏଚ. ଉଷାରାଣୀ, ସାନୁଜ କୁମାର ପାତ୍ର, ପଦ୍ମାଳୟ ପାତ୍ର, ବର୍ଷା ପ୍ରିୟଦର୍ଶନୀ ପଣ୍ଡା, ଶରତ ଦାଶ, ଶ୍ରୀଧର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.