Related Contents

ଛିଲପାଯୋଡିରେ ବାଇକ ପୋଡିଲେ ଦୁର୍ବୁତ୍ତ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ଛିଲିପାଯୋଡି ଠାରେ ଏକ ବାଇକ ପୋଡି ଯାଇଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି |

ଦଣ୍ଡାବାଡ଼ିର କାଳିଆଝୋଲା ଠାରୁଏକ କିଲୋମିଟର ପରେ ଛିଲିପାଯୋଡି ଗ୍ରାମକୁ ଯିବା ରାସ୍ତାରେ ଏହି ଘଟଣା ଘଟିଛି | ବାଇକ ସମ୍ପୂର୍ଣ୍ଣ ଭାବେ ପୋଡି ଯାଇ ଥିବାରୁ ଗାଡିର ନମ୍ବର ଜଣାପଡୁ ନାହିଁ | ନିକଟରେ ଥିବା ଗ୍ରାମବାସି କହିବା ଅନୁଯାଇ ଗତ ରାତିରେ ଏହି ଘଟଣା ଘଟିଥିବ ବୋଲି ଅନୁମାନ କରାଯାଉଛି ଲ ଏହି ଘଟଣାକୁ ନେଇ ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କ ପାଖରେ କୋଣସି ଖବର ଆସି ନାହିଁ | ଘଟଣାର ସତ୍ୟତା ଲୋକଲୋଚନକୁ ଆଣିବା ସହ ଦୋଷୀକୁ ଦଣ୍ଡ ବଦଳରେ ନିରବ ରହିବା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି |

Comments are closed.