Related Contents

ବୈପାରୀଗୁଡା ଥାନା ତୋରଫରୁ ଜଳଛତ୍ର ଉଦଘାଟନ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଥାନା ତାରଫରୁ ଆଜି ଜଳଛତ୍ର କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି |

ଏହି କାଯ୍ୟକ୍ରମକୁ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଉଦଘାଟନ କରିଛନ୍ତି | ଥାନା ସାମ୍ନାରେ ଥିବା ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ ଏହି ଜଳଛତ୍ର ଖୋଲା ଯାଇଛି | ଏହି ରାସ୍ତା ଦେଇ ଯିବା ଆସିବା ଲୋକଙ୍କୁ ଥାନା କର୍ମଚାରୀ ମାନେ ଦୋହିଚଲା ବଣ୍ଟନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି | ବୈପାରୀଗୁଡା ସହରର ତାପମାତ୍ରା ଦିନକୁ ଦିନ ବଢ଼ୁଛି | ପ୍ରବଳ ଖରାରେ ପଦାକୁ ବାହାରିବା କଷ୍ଟକର ହୋଇଥିବା ବେଳେ ପୁଲିସି ପକ୍ଷରୁ ଜଳଛତ୍ର ବ୍ୟବସ୍ଥାକୁ ସାଧାରଣରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା ହଉଛି | ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

Comments are closed.