Related Contents

ଅଦା ବୋଝେଇ ଟ୍ରକ ଅପହରଣରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ବୈପାଇରଗୁଡ଼ା(ଏନ.ସନ୍ତୋଷ): ବୈପାରୀଗୁଡା ପୋଲିସ ପକ୍ଷରୁ ଅଦା ବୋଝେଇ ଟ୍ରକ ଅପହରଣ ମାମଲାରେ ଦୁଇ ଯୁବକଙ୍କୁ ଗିରଫ କରି ଜୟପୁର କୋର୍ଟକୁ ଚାଲାଣ କରାଯାଇଛି |

ସେମାନେ ହେଲେ ଗୁନ୍ଥାଗୁଡା ଗ୍ରାମର ରାଇଧର ହରିଜଣଂକ ପୁଅ ସିଘରମ ହରିଜନ (୨୫) ଏବଂ ଚନ୍ଦ୍ରପଡ଼ା ଗ୍ରାମର ଶୁକଦେବ ଖରାଙ୍କ ପୁଅ ରଂଜିତ ଖରା(୨୧) | ବୈପାରୀଗୁଡା ଥାନା କେଶ ନ. ୧୧୬/୧୧.୦୯.୨୦୧୮ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତ୍ତ ସୂଚନା ଦେଇଛନ୍ତି |

ସୂଚନା ଥାଉକି ପୂର୍ବରୁ ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା | ଗତ ୧୧ ସେପ୍ଟେମ୍ବର ୨୦୧୮ ରେ ଲମତାପୁଟ ପେଟ ଘାଟିରେ ଅଦା ବୋଝେଇ ଟ୍ରକକୁ ଦୁର୍ବୁତ୍ତ ମାନେ ଅଟକାଇଥିଲେ | ଟ୍ରକ ଚାଳକ ସମ୍ମୁ ବର୍ମା ଓ ହେଲପର ଶଙ୍କର ଚନ୍ଦ୍ରକାରଙ୍କୁ ମାଡମାରି ୪୩ ହଜାର ଟଙ୍କା ସହ ଟ୍ରକକୁ ଲୁଟି ନେଇ ଥିଲେ |

Comments are closed.