ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

0
130
ଆଜି ବସିବ ରାଜ୍ୟ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୮/୦୫) : ଆଜି ବସିବ ରାଜ୍ୟ କ୍ୟାବିନେଟ୍ । ସନ୍ଧ୍ୟା ୫ ଟା ୩୦ ରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ।

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡରେ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜି ପାରେ ମୋହର । ଏହି ବୈଠକ ରେ ୧୧ଟି ବିଭାଗ ର ୨୯ଟି ପ୍ରସ୍ତାବ ଉପରେ ମୋହର ସମ୍ଭାବନା ରହିଛି ।

ବିଶେଷକରି ଶିଳ୍ପ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ଜଳ ସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚ ଶିକ୍ଷା, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗ ର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।