Related Contents

ଅଭିଜିତ ମଣ୍ଡଳ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ଝରୀଗାଁ(ତ୍ରିନାଥ ଧାରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗତ ୯ତାରିଖରେ ଚିକିଲି ଗୌଡ଼ସାହିର ଅଭିଜିତ ମଣ୍ଡଳ କଂଗ୍ରେସ ରାଲିକୁ ଯାଇ ନିଖୋଜ ହେବା ପରେ ୧୮ତାରିଖ ଦିନ କୁସୁମପାଣି ଜଙ୍ଗଲରୁ ଅଭିଜତ ମଣ୍ଡଳର ଗଳିତ ଶବ ଉଦ୍ଧାର କରିଥିଲା ଝରିଗାଁ ପୋଲିସ ।

ଘଟଣା ସ୍ଥଳର ପାରିପାର୍ଶ୍ବିକ ଘଟଣାକୁ ଦେଖି ହତ୍ୟା କରିଥିବାର ପ୍ରାଥମିକ ତଦନ୍ତରେ ପୋଲିସ ସନ୍ଧେହ କରିଥିଲା । ପୋଷ୍ଟମୋଟମ ରିପୋର୍ଟ ଏବଂ ଅଭିଜିତର କଲ ରେକର୍ଡକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଜିତଙ୍କ ବାପାର ଅଭିଯୋଗ ଅନୁଯାୟୀ ଜଗବନ୍ଧୁ ପଟେଲ ଓ ଅଭିଜିତକୁ ଫୋନ କରି ଡାକି ଥିବା ବ୍ୟକ୍ତି ତୁଲାରମ ଗୌଡ଼କୁ ସନ୍ଧେହ କରି ଦୁଇ ଜଣଙ୍କୁ ପଚରା ଉଚରା ଆରମ୍ଭ କରିଥିଲେ | ଏହା ପରେ ଦୁଇ ଅଭିଯୁକ୍ତ ହତ୍ୟା କରିଥିବାର ସ୍ୱୀକାର କରିଥିଲେ | ପୋଲିସ ସୂଚନା ଅନୁଯାୟୀ ଅଭିଜିତଙ୍କ ବାପା ଓ ଜଗବନ୍ଧୁ ପଟେଲଙ୍କ ମଧ୍ୟରେ ପୂର୍ବରୁ ଟଙ୍କା କାରବାର ନେଇ ଶତ୍ରୁତା ଥିଲା । ଏହି ଶତ୍ରୁତା ଜଗବନ୍ଧୁ ପଟେଲ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା । ପୂର୍ବରୁ ଅଭିଜିତର ବାପା ଅତୁଳ ମଣ୍ଡଳକୁ ହତ୍ୟା ଧମକ ବି ଦେଇଥିଲା । ଅତୁଳ ମଣ୍ଡଳର ପରିବାରକୁ ତଳିତଳନ୍ତ କରିବା ପାଈଁ ସୁଯୋଗ ଖୋଜି ବସିଥିଲା ଓ ଶେଷରେ ଏପ୍ରିଲ ୭ତାରିଖ ଦିନ ହତ୍ୟା ପାଇଁ ତୁଲାରମ ଗୌଡ଼ ସହ ମିଶି ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଏଠି ସୂଚନାଯୋଗ୍ୟ ଯେ ତୁଲାରମ ଅଭିଜିତର ଘନିଷ୍ଠ ବନ୍ଧୁ ଥିଲା କିନ୍ତୁ ଦୁଇଙ୍କ ବ୍ୟବସାୟ ମଧ୍ୟରେ ଅଭିଜିତର ବ୍ୟବସାୟ ବୃଦ୍ଧି ପାଇଥିଲା | ସେଇଥିପାଇଁ ତୁଲାରମ ମନରେ ଈର୍ଷା ଭାବ ଥିଲା ଏହାର ଫାଇଦା ନେଵାକୁ ଚାହିଁଲା ଜଗବନ୍ଧୁ ପଟେଲ । ତୁଲାରମକୁ ୭ ତାରିଖ ଦିନ ଜଗବନ୍ଧୁ ଡାକି ଅଭିଜିତକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ତୁଲାରମର ମନରେ ଲୋଭ ଦେଖାଇଲା ଯେ ଅଭିଜିତ ମଣ୍ଡଳକୁ ହତ୍ୟା କଲା ପରେ ତର ବ୍ୟବସାୟ ବଢିବା ସହିତ ଟଙ୍କା ଦେବା ପାଇଁ ପ୍ରଲୋଭନ ଦେଖାଇଲା ହେଲେ ଅଭିଜିତ ମଣ୍ଡଳ ଜାଣି ନ ଥିଲା ଯେ ନିଜ ଘନିଷ୍ଠ ବନ୍ଧୁ ଏହିପରି ଷଡ଼ଯନ୍ତ୍ର ରଚିଛି ବୋଲି | ଏହା ପୂର୍ବରୁ ଜଗବନ୍ଧୁ ପଟେଲ କୁସୁମପାଣି ଜଙ୍ଗଲକୁ ଯାଇ ହତ୍ୟା କରିବା ପାଇଁ ଯୋଜନା କରିସାରିଥିଲା ।
୯ତାରିଖ ଦିନ ପ୍ରତି ଦିନ ପରି ଅଭିଜିତ ମଣ୍ଡଳ ନିଜ କାମରେ ବ୍ୟସ୍ତ ଥିଲା କିନ୍ତୁ ଅନ୍ୟ ପଟରେ ଜଗବନ୍ଧୁ ପଟେଲ ଓ ତୁଲାରାମ ଗୌଡ଼ ହତ୍ୟା କରିବା ଯୋଜନା ମୁତାବକ ତୁଲାରାମ ଗୌଡ଼ ଅଭିଜିତକୁ ଫୋନ କରି ଝରିଗାଁ କଂଗ୍ରେସ ରାଲିରେ ଯିବା ପାଇଁ ଡାକି ଥିଲା | ଏହା ପରେ ଅଭିଜିତ ମଣ୍ଡଳ ତରବରିଆ ଭାବରେ ଗାଧେଇ, ଖାଇ ନିଜ ବାଇକ ଧରି ଘରେ ମାକୁ ଝରିଗାଁ କଂଗ୍ରେସ ରାଲିରେ ଯାଉଛି ବୋଲି ଝରିଗାଁ ବାହାରି ଥିଲା । ଯୋଜନା ମୁତାବକ ତୁଲାରମ ପୂର୍ବରୁ ଆସି ଝରିଗାଁରେ ଜଗି ରହିଥିଲା ଅଭିଜିତ ଝରିଗାଁ ପହଂଚିବା ପରେ ତୁଲାରାମକୁ ମିଶିଥିଲା । ଏହା ପୂର୍ବରୁ ବର୍ଷା ଯୋଗୁଁ କଂଗ୍ରେସ ରାଲି ବାତିଲ ହୋଇଯାଇଥିଲା କିନ୍ତୁ ତୁଲାରାମ ଅଭିଜିତକୁ ମିଛ କହି ଜଙ୍ଗଲ ଭିତରେ ଥିବା ଗାଁକୁ ବାଇକ ରାଲି ଯାଇଛି ବୋଲି ମିଛରେ ଡାକି ନେଇଥିଲା । ଯୋଜନା ମୁତାବକ ଜଙ୍ଗଲ ଗାଁକୁ ଯିବା ବାଟରେ ବସି ତୁଲାରାମ ଆଣି ଥିବା ମଦକୁ ପିଇବା ପାଇଁ ବସିଲେ । ହେଲେ ତୁଲାରାମ ନିଜେ ନ ପିଇ ଅଭଜିତକୁ ପ୍ରଥମେ ପିଇବାକୁ ଦେଲା । ଏଥି ମଧ୍ୟରେ ପୂର୍ବରୁ ଜଙ୍ଗଲରେ ଜଗି ରହିଥିବା ଜଗବନ୍ଧୁ ପଟେଲ ପଛ ପଟୁ ଆସି ଅଭିଜିତର ମୁଣ୍ଡକୁ ପଥରରେ ଆକ୍ରମଣ କରିଥିଲା | ଏହା ପରେ ଅଭିଜିତ ତଳେ ପଡ଼ି ଯାଇଥିଲା । ଏହାର ସୁଯୋଗ ନେଇ ଉଭୟ ତଣ୍ଟି ଚିପି ହତ୍ୟା କରି ପାହାଡ଼ ତଳେ ଡାଳ ପତ୍ର ଦେଇ ଗୋଡେଇ ଦେଇଥିଲେ ଓ ଅଭିଜିତର ବାଇକକୁ ପାହାଡ଼ର ଅନ୍ୟ ପାର୍ଶ୍ୱରେ ଠେଲି ଦେଇଥିଲେ । ଏହା ପରେ ତୁଲାରାମ ଗୌଡ଼ ନିଜ ଶଶୁର ଘରେ ଚାନ୍ଦହାଣ୍ଡି ରତା ରାତି ପଳାଇ ଥିଲା ଓ ଜଗବନ୍ଧୁ ପଟେଲ ନିଜ ଘର ଗୌଡ଼ସାହିକୁ ଫେରି ଆସିଥିଲେ । ଅନ୍ୟ ପଟରେ ଅଭିଜିତ ଘରକୁ ନ ଫେରିଥିବାରୁ ଝରିଗାଁ ଥାନାରେ ଅଭିଜିତର ବାପା ଅତୁଳ ମଣ୍ଡଳ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଦୁଇଙ୍କୁ ପଚରା ଉଚାରା କରିବା ପରେ ଜଗବନ୍ଧୁ ପଟେଲ ଓ ତୁଲାରାମ ଗୌଡ଼ ହତ୍ୟା କରିଥିବାର ମାନି ଥିଲେ ।

Comments are closed.