ବେଣାଗାଁ ରେ ବି.ଡି.ଓ. ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସିଲା ୨୮୯ ଟି ଅଭିଯୋଗ

0
335
ବେଣାଗାଁ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୭/୫) : ବୋରିଗୁମ୍ମା ବ୍ଳକ ବେଣାଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ବି.ଡି.ଓ. ପ୍ରଣୟ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 18 at 12.33.50 PM ବେଣାଗାଁ ରେ ବି.ଡି.ଓ. ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସିଲା ୨୮୯ ଟି ଅଭିଯୋଗ

ଏହି ଅଭିଯୋଗ ପ୍ରକୋଷ୍ଠରେ ବେଣାଗାଁ ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସାଧାରଣ ଜନତା ସମୁଦାୟ ୨୮୯ ଟି ଅଭିଯୋଗ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୧୬୨ ଟି ଅଭିଯୋଗ ଇନ୍ଦିରା ଆବାସ ଯୋଜନା ତଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସମ୍ପର୍କିତ ୮୭ ଟି, ପୋଖରୀ ସମ୍ପର୍କିତ ୧୧ ଟି ଓ ଅନ୍ୟାନ୍ୟ ୨୯ ଟି ମାମଲା ରହିଥିଲା ।

ବି.ଡି.ଓ. ପ୍ରଣୟ ରଞ୍ଜନ ବେହେରାଙ୍କ ସମେତ ଏ. ବି.ଡି.ଓ. ମାଧୁରୀ ଆଚାରି, ସରପଞ୍ଚ ମନଧର ନାୟକ, ସମିତି ସଭ୍ୟା ସ୍ୱାତୀ ଗୌଡ, ବୋରିଗୁମ୍ମା ପଶୁ ଡାକ୍ତର ମଞ୍ଚାସୀନ ଥିବାବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ କିଶୋର ଗୁଣ୍ଠା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ମାଝୀ, ବି.ସିଂହପୁର ବନପାଳ ସୁଦୀପ୍ତା ନାୟକ, ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ନାସୀଦାସ ଖୋସଲା, ଏ.ଏନ୍.ଏମ୍., ଆଶା ପ୍ରମୁଖ ବିଭିନ୍ନ ବିଭାଗ ର ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ପୁଲିସ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଶିଳ୍ପ ବିକାଶ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ୧୧ ଟି ବିଭାଗ ର ଅଧିକାରୀ ମାନେ ଅନୁପସ୍ଥିତ ରହିଥିଲେ । ଓଡିଶା ଜୀବିକା ମିଶନ, ସ୍ୱାସ୍ଥ୍ୟ ବିଭାଗ, ରାଜସ୍ୱ, ମତ୍ସ୍ୟ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ଶିକ୍ଷା ପ୍ରଭୃତି ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅମୃତ ସରୋବର, 5T ସ୍କୁଲ, ମୋ ଉପକାରୀ ବଗିଚା, ପୋଖରୀ ଇତ୍ୟାଦି ବିଷୟକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶେଷ ଗୁରୁତ୍ୱ ଆରୋପ କରିବା ସହ ବାକି କାମ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଥିଲେ ।