ସୁସ୍ଥ ସମାଜ ଗଠନ ନିମନ୍ତେ ସ୍ବର୍ଗତ ଡାକ୍ତର ସଦାଶିବ ତ୍ରିପାଠୀଙ୍କ ଆଦର୍ଶ ଜୀବନ ପ୍ରତି ଅନୁପ୍ରାଣିତ ହେବା ଆବଶ୍ୟକ-ଜ଼ିଲ୍ଲାପାଳ

ରାୟଗଡ଼ (ଅମୁଲ୍ୟ ନିଶଙ୍କ ଓ ଗୋପୀନାଥ ଗୌଡ଼): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଡାକ୍ତର ସଦାଶିବ ତ୍ରିପାଠୀଙ୍କ ୧୦୯ତମ ଜନ୍ମ ଜୟନ୍ତୀ ରାୟଗଡା ଜ଼ିଲ୍ଲା ପ୍ରଶାସନ ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପାଳନ କରାଯାଇଛି |

ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଓ ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାହିତ୍ୟକ ଡମ୍ବରୁ ଧର ପଟ୍ଟନାୟକ ଯୋଗ ଦେଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଜ଼ିଲ୍ଲାପାଳ ନିଜର ବକ୍ତବ୍ୟରେ ଡାକ୍ତର ତ୍ରିପାଠୀଙ୍କ ସରଳ ନିରାଡମ୍ବର ଜୀବନ ଯାପନ ପ୍ରତି ୟୁବ ପିଢ଼ିଙ୍କୁ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ମତ ଦେଇଥିଲେ | ଠିକ ସେହିପରି ମୁଖ୍ୟ ବକ୍ତା ନିଜର ମତରେ କହିଥିଲେ ଯେ ତ୍ରିପାଠୀଙ୍କ ତ୍ୟାଗପୁତ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ | ରାୟଗଡା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡାକ୍ତର ଦୁଷ୍ମନ୍ତ ମହାନ୍ତି ନିଜର ମତରେ କହିଥିଲେ ଡାକ୍ତର ତ୍ରିପାଠୀ ବହୁ ମେଲାପି ବ୍ୟକ୍ତି ଓ ତାଙ୍କ ଜୀବନରେ ମିଛ ମାୟା କପଟ କିଛି ଭି ନଥିଲା, ସେ ସବୁବେଳେ ଜନସାଧାରଣଙ୍କ ସେବାରେ ରହୁଥିଲେ ସେଥିପାଇଁ ସେ ଆଜି ସମସ୍ତ ଜନସାଧାରଣଙ୍କ ମନରେ ରହିଛନ୍ତି |

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବାଦଲ ଥା, ସମାଜ ସେବି ଜୟରାମ ଜେନା ଓକିଲ କେଦାର ପଣ୍ଡା, କୋଣ୍ଡା ବାବୁ କଲେଜ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ | ଶେଷରେ ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ |

Comments are closed.