Related Contents

ବରଯାତ୍ରୀ ଗାଡୀ ଓଲଟି ଜଣେ ମୃତ, ୩୦ରୁ ଉର୍ଦ୍ଧ ଆହତ

ଗୁଡାରି (ଲୋକନାଥ ସାହୁ): ଆଜି ଏକ ବରଯାତ୍ରୀ ଗାଡି ଓଲଟି ଏକ ଅଭାବନିୟ ଦୁର୍ଘଟଣା ଘଟିଛି | ରାୟଗଡା ଜିଲ୍ଲା ଗୁଡାରି ବ୍ଲକ କିନିଡୀ ଗ୍ରାମ ନିକଟରେ ଆଜି ସକାଳ ଦିନ ୧୦ଟା ସମୟରେ ଗୁଡାରୀ ବ୍ଳକ ଡେପାଗୁଡାର ବୁଡାଗୁଡାରୁବାହାରି ପଦ୍ମପୁର ବ୍ଳକ ଧାରାପୁର ଗ୍ରାମକୁ ଆସିବାର ଥିଲା ବରଯାତ୍ରୀ ।

ହେଲେ ଦୁର୍ଭାଗ୍ୟ ବଶତଃ ଗାଡି ଭାରସମ୍ୟ ହରରାଇ କିନିଡି ଗ୍ରାମର ଏକ ବୁଲାଣିରେ ଓଲଟି ଥିବା କୁହାଯାଇଛି । ଏହି ଦୁର୍ଘଟଣା ରେ ଜଣେ ମୃତ ଓ ୩୦ଜଣ ଆହତ ହୋଇଥିବା ଖବର ମିଳିଛି | ଏପଟେ ଗୁରୁତର ମାନଙ୍କୁ କିଛି ସଂପ୍ରର୍କୀୟ ଏବଂ ଗ୍ରାମର ଲୋକ ମାନଙ୍କ ସାହାଯ୍ୟରେ ନିକଟସ୍ଥ ଗୁଡାରୀ ଏବଂ ପଦ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୩୦ଆହତରୁ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏବଂ ରାୟଗଡାକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଜାନକୀ ଶବର । ଘଟଣା ସ୍ଥଳରେ ଗୁଡାରୀ ପୋଲିସ ଏବଂ ପଦ୍ମପୁର ମେଡିକାଲରେ ପଦ୍ମପୁର ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି ।

Comments are closed.