ସରକାରୀ ସହାୟତା ଅପେକ୍ଷାରେ ୨୫ବର୍ଷ-ସଂଘର୍ଷ ମୟ ଜୀବନ ଯାପନ କାଟୁଛନ୍ତି ଦୁଇଟି ବୃଦ୍ଧ ବୃଦ୍ଧା

ଜୟପୁର(ସୌମ୍ୟରଂଜନ ସାହୁ): କୋଟପାଡ଼ ବ୍ଲକର କୁସୁମୀ ପଂଚାୟତ ରେ ଦୁଇ ବୃଦ୍ଧା ରତନ ଗୌଡ଼, ଚନ୍ଦ୍ରା ଗୌଡ଼ ୨୫ବର୍ଷ ହେଲା ଭିକ୍ଷା ବୃତ୍ତି ଓ ଏ ପିଣ୍ଡାରୁ ସେ ପିଣ୍ଡା ହୋଇ ଜୀବନ ଯାପନ କରୁଥିବା ଗ୍ରାମବାସି ପ୍ରକାଶ କରୁଛନ୍ତି |

ସରକାରଙ୍କ ଗରିବ ଲୋକଙ୍କ ପାଇଁ ଯୋଜନା ଅନେକ କିନ୍ତୁ ବାସ୍ତବରେ ଦେଖିବାକୁ ଠିକ ଓଲଟା | ଏହାର ଜ୍ୱଳନ୍ତ ଉଦାହରଣ ଦୁଇ ବୃଦ୍ଧ ଓ ବୃଦ୍ଧା |ଯେଉଁ ବୃଦ୍ଧା ଦୀର୍ଘ ୨୫ବର୍ଷ ହେଲା ଜୀବନକୁ ବାଜିଲଗାଇ ଖରା, ବର୍ଷା, ଶୀତକୁ ନ ଡରି ଜୋରି କୁଡ଼ିଆ ରେ ରହୁଥିବା ଦେଖିବାକୁ ମିଳିଛି |

ଏମାନଙ୍କ ପାଇଁ ଚାଉଳ ୫ କେଜି ପେନଶନ ୩୦୦/-ମାତ୍ର ଦେଇ ହାତ ଟେକି ଦେଇଛନ୍ତି ପ୍ରଶାସନ, ରହିବାପାଇଁ ଘରଟିଏ ଯୋଗାଇବା ପାଇଁ ବାରମ୍ବାର ପ୍ରଶାସନଙ୍କୁ ଗ୍ରାମବାସୀ ଅବଗତ କରାଇଲେ ମଧ୍ୟ ପ୍ରଶାସନ ନିରବ ଦୃଷ୍ଟି ସାଜିବା ଏକ ଦୁଃଖ ଓ ପରୀତାପର ବିଷୟ ହୋଇପଡିଛି | ସରକାର ଗରିବ ଲୋକଙ୍କ ପାଇଁ ଯୋଜନା କରୁଛନ୍ତି ସତ କିନ୍ତୁ ତାହା ଉପଯୁକ୍ତ ହିତାଧିକାରୀଙ୍କ ପାଖକୁ ପହଂଚି ପାରୁନାହିଁ |

ଏହି ବିଷୟଟିକୁ ନେଇ ସ୍ଥାନୀୟ ସରପଞ୍ଚ ତଥା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରି ବୁଝିଥିଲୁ ସେମାନେ କହିବା ଅନୁଯାଇ ଏହି ଦୁଇ ବୃଦ୍ଧ ବୃଦ୍ଧାଙ୍କ ରହଣି ପାଇଁ ଅତି ଶୀଘ୍ର ପଦକ୍ଷେପ ନେବି ବୋଲି କହିଥିଲେ |

Comments are closed.