Related Contents

ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କ ପରଲୋକ

ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କ ରବିବାର ରାତିରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ ପିଟାଲରେ ଗତକାଲି ତାଙ୍କୁ ଅସୁସ୍ଥତା ଅନୁଭବ କରିବାରୁ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ତାଙ୍କୁ ହସ୍ପିଟାଲ୍ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ପରଲୋକରେ ଓଲିଓଡ଼ ଜଗତ ର ଏକ ଅପୂରଣୀୟ କ୍ଷତି ହୋଇଛି। କଟକ ମାନସିଂହପାଟଣା ଅଞ୍ଚଳରେ ୧୯୩୩ ମାର୍ଚ୍ଚ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପାର୍ବତୀ ଘୋଷ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପାର୍ବତୀ ଘୋଷ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଥମ ମହିଳା ପ୍ରଜୋଜିକା ଏବଂ ନିର୍ଦ୍ଦେଶିକା ଭାବରେ ବେଶି ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ବିୟୋଗରେ ଓଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ତାଙ୍କ ବିୟୋଗର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଜଣେ ବହୁମୁଖୀ ପ୍ରତିଭା ଭାବେ ପରିଚିତ ପାର୍ବତୀ ଘୋଷ ୧୯୫୦ରେ ନିର୍ମିତ ‘ଶ୍ରୀଜଗନ୍ନାଥ‘ ଚଳଚ୍ଚିତ୍ରରେ ଶିଶୁ କଳାକାରଭାବେ ଅଭିନୟ କରିଥିଲେ। ‘ଆମରି ଗାଁ ଝିଅ’ ଚଳଚ୍ଚିତ୍ରରେ ଅଭିନେତା ଗୌର ଘୋଷଙ୍କ ଅଭିନୟ କରିଥିଲେ ପାର୍ବତୀ। ଏହି ଯୋଡ଼ି ବେଶ୍‌ ସଫଳତା ପାଇଥିଲା। ପରବର୍ତ୍ତୀ ସମୟରେ ସେ ଗୌର ଘୋଷଙ୍କୁ ହିଁ ବିବାହ କରିଥିଲେ। ପାର୍ବତୀଙ୍କ ଅଭିନୀତ ଲକ୍ଷ୍ମୀ, କା ଓ ସ୍ତ୍ରୀ ଜାତୀୟ ପୁରସ୍କାର ପାଇଥିଲା। ଆମରି ଗାଁ ଝିଅ’, ‘ଭାଇ ଭାଇ’, ‘ମା’, ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ।

Comments are closed.