Related Contents

ଚୋରି ଘଟଣାରେ ଦୁଇ ଯୁବକ କୋର୍ଟ ଚାଲାଣ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ପୁଲିସ ଆଜି ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି |

ସେମାନେ ହେଲେ ବୈପାରୀଗୁଡା ବ୍ଲକ କୋଲନିର ସାନୁ ମାଟିଆଙ୍କ ପୁଅ ଅମିତ ମାଟିଆ (୧୯) ଓ କାଠମିଲ ସାହିର ପ୍ରଫୁଲ୍ଲ ନାୟକଙ୍କ ପୁଅ ରାଜୁ ନାୟକ (୧୯) | ସୂଚନାଥାଉ କି ଗତ କିଛି ଦିନ ପୂର୍ବେ ରାମଗିରି ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ(ପିଇଓ)ଙ୍କ ଘରୁ ୫୦ହଜାର ଟଙ୍କା ସହ ସୁନା ଚୋରି ହୋଇଥିଲା |

ପିଇଓ ଏହି ଘଟଣାକୁ ସ୍ଥାନୀୟ ପୁଲିସିକୁ ଜଣାଇବା ପରେ ତଦନ୍ତ ଆରମ୍ଭ କରି ଆଜି ଦୁଇ ଅଭିଯୁକ୍ତକୁ କେଶ ନମ୍ବର ୪୬/୨୦୧୯ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି |

Comments are closed.