ଚନ୍ଦ୍ରପୁର ତହସିଲ ଅଫିସକୁ ମାଡିବସୁଛି ବୁଦୁବୁଦିଆ ଜଙ୍ଗଲ, ପ୍ରଶ୍ନ କଲେ ନାଲି ଆଖି ଦେଖାଉଛନ୍ତି ଅଧିକାରୀ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): (୧୯.୦୪ ): ଚନ୍ଦ୍ରପୁର ବ୍ଲକ ରାୟଗଡା ଜିଲ୍ଲା ର ଏକ ଚର୍ଚ୍ଚିତ ବ୍ଲକ | ଏହିବ୍ଲକ ରେ ପ୍ରାୟତଃ ସବୁ କାର୍ଯ୍ୟାଳୟ ଅଛି ହେଲେ ଅଧିକାଂଶ ଅନେକ ସମୟରେ ତଳ ପଡିଥିବା ଦେଖାଯାଏ | କାର୍ଯ୍ୟାଳୟର କର୍ମଚାରୀ ଏଠାରେ ରୁହନ୍ତି ନାହିଁ | ସମୟେ ସମୟେ ଚାକିରୀ କରୁଥିବା ମାନେ ପଡିଗଲେ ବୁଲି ଆସନ୍ତି ଚନ୍ଦ୍ରପୁର |

ଏଥିପାଇଁ ଆଜି ଅନେକ କାର୍ଯ୍ୟାଳୟ ବଙ୍ଗଳା ଭୁତ କୋଠି ତ ଜଙ୍ଗଲମୟ | କୌଣସି ଅଫିସ୍ରେ ସ୍ଵଚ୍ଚତା ର ଚିହ୍ନ ଦେଖିବାକୁ ମିଳେ ନାହିଁ | ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଦେଖିବା ଭଳି ଆମ ପ୍ରତିନିଧି ଦୁଇ ଦିନ ପୂର୍ବେ ଚନ୍ଦ୍ରପୁର ତହସିଲ ଯାଇ କାର୍ଯ୍ୟାଳୟର ଶୋଚନୀୟ ପରିପାର୍ଶ୍ଵିକ ଅବସ୍ଥା ବିଷୟ କାର୍ଯ୍ୟାଳୟ ର ଅଧିକାରୀଙ୍କୁ ପଚାରିଥିଲେ | ତହସିଲ ଚାରିପାଖ ଜଙ୍ଗଲ ମୟ ପରିସ୍ଥିତି , ଜନ୍ତୁଙ୍କ ଭୟ ବି ରହୁଛି | ଅନେକ କାର୍ଯ୍ୟକୁ ନେଇ ଦୂରଦୂରାନ୍ତରୁ ସାଧାରଣ ମଣିଷ ସରକାରୀ କାମ ପାଇଁ ଆସନ୍ତି ହେଲେ ତହସିଲ କାର୍ଯ୍ୟାଳୟ କର୍ମଚାରୀ ଏଥିପ୍ରତି ବେପରୁଆ ମନୋଭାବ ଦେଖୁଥିବା ଜଣାଗଲା | ସରକାରୀ ଚାକିରୀରେ ମୋଟା ଦରମା ନେଇ ଏମାନେ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟକରିବାର ଥିବା ବେଳେ ଏମାନେ କିନ୍ତୁ ନିଜକୁ ସର୍ବେ ସର୍ବ ବୋଲି ଭାବିଥାନ୍ତି | କାର୍ଯ୍ୟାଳୟ ଚତୁର୍ପାର୍ଶ୍ୱକୁ ବାଦଦେଲେ ଆଭ୍ୟନ୍ତରୀଣ ବ୍ୟବସ୍ଥା ଆହୁରି କଦର୍ଯ୍ୟ | ଝାଡୁ ହେଉଥିବା ମାନେ ହେଉ ନ ଥିଲା କି ଡଷ୍ଟବିନ ଏଠାରେ ନାହିଁ |

ସାଧାରଣ ଜନତାଙ୍କ ପାଇଁ ପାନୀୟ ଜଳ ମୁନ୍ଦେ ବି ନାହିଁ | ସବୁଠୁ ବଳି ଭଲ କଥା ପଡେ ଏଠୁ ଆସ କରିବା ବୃଥା କଥା ଏଠି ଥିବା ଜଣେ କନିଷ୍ଠ କିରାଣୀ ଶ୍ରୀ ତାଡୀଙ୍ଗି ମାଝୀଙ୍କ ସହ କଥା ହେବ ସମୟରେ ସେ ନାଲି ଆଖି ଦେଖାଇ ଆମ ପ୍ରତିନିଧିଙ୍କୁ କାହା ପରମିସନ ରେ ଆସିଛ ବୋଲି ପ୍ରଶ୍ନ କରିଥିଲେ | ଆଉ କଣ କହିଲେ କହି ହେବନି | ଏଣୁ ଚନ୍ଦ୍ରପୁର ଭଳି ଏକ ପଛୁଆ ଅଂଚଳକୁ ପ୍ରାଗୈର ପଥରେ ଚାଲିବାକୁ ହେଲେ ସ୍ଵଚ୍ଚତା ଆଉ ସମର୍ପଣ ଦରକାର | ଅନେକ ଦିନ ଏ ପଛୁଆ ଅଂଚଳକୁ ଓ ଗରିବ ଆଦିବାସୀଙ୍କୁ ଠକିଲେ ହେଲେ ଏବେ ଚନ୍ଦ୍ରପୁର କୁ ଆଗକୁ ଯିବା ପାଇଁ ଏଠାରେ ମଣିଷ ସମାଜସେବୀ ଗଣମାଧ୍ୟମ ପ୍ରୀତିନିଧି ଏକ ହୋଇଛନ୍ତି | ସରକାରୀ କର୍ମଚାରୀ ନାଲି ଆଖି ଦେଖା ଛାଡି ସାଧାରଣ ମଣିଷଙ୍କ ସହ ହାତ ମିଳାଇଲେ ଚନ୍ଦ୍ରପୁର ପଛୁଆ ଅଂଚଳ ବଦଳରେ ଆଗୁଆ ଅଂଚଳ ହୋଇଯିବ ନଚେତ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି |

Comments are closed.