ନୂତନ ଜିଲ୍ଲାପାଳଙ୍କ ଅଚ଼ାନକ ଚ଼ଦ୍ରଂପୁର ଗସ୍ତ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ପଛୁଆ ଅଂଚଳ ଭାବେ ପରିଚିତ ଚ଼ଦ୍ରଂପୁର ବ୍ଲକକୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର, ପିଡି ଡିଆରଡିଏ ଶ୍ରୀ ଗୁରଚଣ୍ଡ ଗମାଙ୍ଗ ଗସ୍ତ କରିଥିଲେ |

ଚ଼ଦ୍ରଂପୁର ବ୍ଲକର ବିଭିନ୍ନ ଗ୍ରାମ ବୁଲି ଅନୁଧ୍ୟାନ କରିଥିଲେ ଓ ଚ଼ଦ୍ରଂପୁର ବ୍ଲକ ଅଫିସ ବୁଲି ଦେଖିଥିଲେ | ଚ଼ଦ୍ରଂପୁର ବ୍ଲକ ବିଷୟରେ ଆଲୋଚନା କରି ବୁଝୀଥିଲେ ଓ ଚ଼ଦ୍ରଂପୁର ବ୍ଲକ ଅଧ୍ୟକ୍ଷାଙ୍କୁ ପଚାରି ବୁଝିଥିଲେ | ଅଧ୍ୟକ୍ଷା ଶ୍ରୀମତୀ ସଂଜିତା ପ୍ରଟିଙ୍ଗା ଚଦ୍ରଂପୁର ପାଣି ସମସ୍ୟା ବିଷୟରେ କହିଥିଲେ ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ରୁନୁବାଳା ରାଜୁ କିରାମାଠାରୁ ଗଣ୍ଡେସ ରାସ୍ତା ଏବଂ ପାଣି ବିଷୟରେ ପ୍ରକାଶ କରିଥିଲେ | ତାପରେ ଚ଼ଦ୍ରଂପୁର ତହସିଲ ଅଫିସ ଗସ୍ତ କରିଥିଲେ |ଚ଼ଦ୍ରଂପୁର ତହସିଲ ଅଫିସ ଚ଼ାରିପାଖ ବଣଜଗଂଲରେ ପୂର୍ଣ୍ଣ ହେୀଇଥିବା ଦେଖି ଜିଲ୍ଲାପାଳ ମହାଶୟ ତହସିଲ ଅଫିସର ମୁଖ୍ୟକିରାଣି ଶ୍ରୀବିଶ୍ବନାଥ ଶବରଙ୍କୁ ପଚ଼ାରି ବୁଝୀଥିଲେ | ଯେ ଅଫିସ ଚ଼ାରିପାଖ କାହିଁକି ବଣଜଗଂଲ ହୋଇ ପଡି ରହିଛି | ସେ ଉତ୍ତରରେ କହିଥିଲେ ସଫା କରା ହେଉନାହିଁ | ଏହା ଶୁଣି ଜିଲ୍ଲାପାଳ ମହାଶୟ କହିଥିଲେ ମୁ ଆଉଥରେ ଆସିବା ସମୟରେ ସଫା ହୋଇଥିବା କଥା ବୋଲି କହି ରାୟଗଡା ଫେରିଯାଇଥିଲେ |

Comments are closed.