Related Contents

ପାଟକୁରା ବିଧାନସଭା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୨୪): ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଦୀର୍ଘ ଦିନରୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

୨୦୧୯ ନିର୍ବାଚନ ଲାଗି ସେ ପାଟକୁରାରୁ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିଲେ । ସେ ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୪ ଓ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାରେ ପାଟକୁରାକୁ ପ୍ରତିନିଧିତ୍ୱ କରିଥିଲେ। ସେ କେବଳ ପାଟକୁରା ନୁହେଁ କେନ୍ଦ୍ରାପଡାରୁ ୪ ଥର ନିର୍ବାଚନ ଜିତି ବିଧାନସଭାକୁ ଯାଇଛନ୍ତି । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୮୨ବର୍ଷିୟ ବେଦ ପ୍ରକାଶଙ୍କ ମୃତ୍ୟୁରେ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଯୋଗ୍ୟ, ବେଦପ୍ରକାଶ ଏଥର ବିଜେଡି ଟିକେଟରେ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିଲେ ଓ ତାଙ୍କ ବୀପକ୍ଷରେ ରହିଥିଲେ ବିଜେପିର ବିଜୟ ମହାପାତ୍ର । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments are closed.