କସ୍ତୁରୀ ଗାନ୍ଧୀ ବଳିକା ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ବୈପାରୀଗୁଡା(ଏନ. ସନ୍ତୋଷ): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗୀନି ଗୁଡା କସ୍ତୁରୀ ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳିତ ହଇଯାଇଛି |

ଏହି କାର୍ଯ୍ୟକ୍ରମରେ ବୈପାରୀଗୁଡା ବ୍ଲକ ଶିକ୍ଷା ଅଧିକାରୀ ସୁଧୀର ଚନ୍ଦ୍ର ରଥ ଯୋଗ ଦେଇଥିବା ବେଳେ ଅନ୍ୟାନ ଅଥିତି ମଧ୍ୟରୁ ସିଆରସିସି ପ୍ରସାଦ ନନ୍ଦ କାଣ୍ଡିକି, ବିଦ୍ୟାଳୟ ସଭାପତି ରତନ ସ୍ୱାଭି, ହର ପ୍ରିୟା ସାହୁ, ମୀନତି ମହାପାତ୍ର ଉପସ୍ଥିତ ଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ମାଧୁରୀକା ମହାପାତ୍ର ସଭା ପରିଚଳନା କରିଥିଲେ | ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଥିତି ମାନେ ଶିକ୍ଷାର ବିକାଶ ସହ ଭଲ ମଣିଷ ହେବାର ଆବଶ୍ୟକ କେତେ ରହିଛି ତାହା ଆଲୋକପାତ କରିଥିଲେ | ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତା ମଧ୍ୟରୁ ଶିକ୍ଷା, କ୍ରୀଡା ଓ ସଂସ୍କୃତିକରେ ଅଗ୍ରିମ ସ୍ଥାନରେ ଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ | ପରେ ଛାତ୍ରୀ ମାନଙ୍କୁ ନେଇ ଗୀତ ନାଚ ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି | ଏହି କାଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

Comments are closed.