Friday, March 29, 2024

Top 5 This Week

Related Posts

ଜୁଆଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ : ମାଷ୍ଟରମାଇଣ୍ଡ ସମେତ ୬ ଜଣ ଗିରଫ

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, (୧୭/୦୫) : କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ । ଜୁଆଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ । ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।cf9cae9a 1e22 4a7f 8f80 0b22604002c1 ଜୁଆଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ : ମାଷ୍ଟରମାଇଣ୍ଡ ସମେତ ୬ ଜଣ ଗିରଫ

ଗୋଳାମୁଣ୍ଡା ପୋଲିସ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି ପୋଲିସ ୬ ଜଣ ଜୁଆଡି କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮ ଟି ବାଇକ, ୬ ଟି ମୋବାଇଲ ଫୋନ, ୯୫ ହଜାର ଟଙ୍କା ୩ ସେଟ ତାସ ପତି, ତାରପାଉଲିନ ଇତ୍ୟାଦି ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜ ପତ୍ର ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ସୁଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଜୁଆ ଖେଳ ଚାଲୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଅତର୍କିତ ଚଢାଉ କରିଥିଲା ।

ଚଢାଉ ସମୟରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଗୋଲାମୁଣ୍ଡା ଥାନା କେଶ ନଂ. ୯୦/୨୦୨୨ ୩ଓପିଜି ଆଇନରେ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଚିଚୈଗୁଡା ର ପ୍ରକାଶ ଚନ୍ଦ୍ର ମେହେର (୫୬), ସାନଚେର ଗାଁ ର ଅନନ୍ତ ସାହୁ (୩୯), କଗୋଁ ର ନବ ପୁଟେଲ (୪୨), ସିନାପାଲି ର ଦେବେନ୍ଦ୍ର କଟା, ଲିମସେର ଗାଁ ର ନୃପରାଜ ମେହେର ଓ ଅରକ୍ଷିତ ମେହେରକୁ ପୋଲିସ ଗିରଫ କରି ଏକ କେଶ ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles