Related Contents

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ କୋର୍ଟ ଚାଲାଣ

ବୈପାରୀଗୁଡା(ଏନ.ସନ୍ତୋଷ ): ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖବର ମିଳିଛି | ଗିରଫ ଅଭିଯୁକ୍ତ ଜଣକ ବୈପାରୀଗୁଡା ବ୍ଲକ କୋଲର ଗ୍ରାମର ଭଜମନ ମଠପଡ଼ିଆଙ୍କ ପୁଅ ଭୀଷ୍ମ ମଠପଡ଼ିଆ(୨୧) |

ସୂଚନାରୁ ପ୍ରକାଶ ଯେ ଭୀଷ୍ମ ନିଜ ଗ୍ରାମ ନିକଟସ୍ଥ ଗ୍ରାମ ଜଟିଆ ଗୁଡା ସାନୁ କଂଟରୀଙ୍କ ଝିଅକୁ ଗତ ୧୮/୦୪/୨୦୧୯ ତାରିଖ ଦିନ ନିଜ ସାଥିରେ ନେଇ ଫେରାର ଥିଲେ | ଆଠଦିନ ପରେ ବୈପାରୀଗୁଡରେ ଥିବା ସୂଚନା ପାଇଁ ଝିଅର ବାପା ଫେରାର ଥିବା ନିଜ ଝିଅ ଓ ଭୀଷ୍ମଙ୍କୁ ନିଜ ଗାଁ ଜଟିଆ ଗୁଡା ନେଇ ଯାଇଥିଲେ | ସେଠାରେ ଭୀଷ୍ମଙ୍କୁ ଗୋଡ଼ ହାତକୁ ଦଉଡ଼ିରେ ବାନ୍ଧି ମର୍ପିତ କରିଥିବା ଜଣାପଡିଛି | ଏହି ଘଟଣାକୁ ନେଇ ଉଭୟ ପୁଅ ଓ ଝିଅ ପରିବାର ଥାନାରେ ଅଭିଯୋଗ କଲାପରେ ଘଟଣାକୁ ବୈପାରୀଗୁଡା ପୋଲିସ ତଦନ୍ତ କରି ପୁଅକୁ ଗିରଫ କରି ଜୟପୁର କୋର୍ଟ ଚାଲାଣ କରିଥିବା ବେଳେ ଝିଅକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଥାନା ଅଧିକାରୀ ରମେଶ କୁମାର ଦେଵେତ୍ତା ପ୍ରକାଶ କରିଛନ୍ତି |

Comments are closed.