“ଶ୍ରୀରାମ” ବସ ଓଲଟି ଜଣେ ମୃତ ଓ ୬ଜଣ ଆହତ-ବଲାଙ୍ଗୀର

ବଲାଙ୍ଗିର (ଓଡିଶା ନ୍ୟୁଜ୨୪) : ଆଜି ସୋନପୁର ରୁ ବଲାଙ୍ଗୀର ରାସ୍ତାରେ ଏକ ଘରୋଇ ବସ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି | ମୃତ ବ୍ୟକ୍ତି ହେଉଛନ୍ତି ଡ଼ୁମେରବାହାଲ ଗ୍ରାମର ଜଣେ ଡ୍ରାଇଭର ଅରୁଣ କୁମାର ପାତ୍ର | ସେ ବସ ତଳେ ଚାପିହୋଇ ଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

ଏହି ଦୁର୍ଘଟଣା ରେ ଆହତ ହୋଇଥିବା ଅନ୍ୟ ୬ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଛି | ଶ୍ରୀରାମ’ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବଲାଙ୍ଗିର ଆସୁଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ବସ୍ ଭିତରେ ପ୍ରାୟ ୧୦ ଜଣ ଯାତ୍ରୀ ଥିବା ବେଳେ ତାଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି | ଦୁର୍ଘଟଣା ରେ ବସ ଓଲଟି ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମଧ୍ୟ ତାର ଛିଣ୍ଡି ଯାଇଥିଲା ହେଲେ ବିଦ୍ୟୁତ ସଂଯୋଗ ଗତକାଲି ରୁ ନ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତୀ ଯାଇଥିବା ଦେଖଣାହାରି ମାନେ କହିଛନ୍ତି | ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ଆସି ଆହତମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମୃତ ଅରୁଣଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି |

Comments are closed.