କଳାହାଣ୍ଡିରେ ପାଣିପାଇଁ ଶହ ଶହ ଚାଷୀଙ୍କ ରାସ୍ତା ଅବରୋଧ

କଳାହାଣ୍ଡି(ଚିତ୍ତରଞ୍ଜନ ବାଗ): ବାରମ୍ବାର ଗୁହାରି କଲେ ମଧ୍ୟ କଥା ଶୁଣୁନି ପ୍ରଶାସନ । ଜମିକୁ ପାଣି ନମାଡିବାରୁ ନଷ୍ଟ ହେଉଛି ଫସଲ । ଯାହା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଜମିକୁ ପାଣି ମାଡିବା ଦାବି କରି ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ ।

ଜୁନାଗଡ ବ୍ଲକ ଅନ୍ତର୍ଗତ ଜାରିଙ୍ଗ ଠାରେ ଚାଷ ଜମିରେ କେନାଲ ପାଣି ମାଡୁନଥିବାରୁ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ। ଫଳରେ ଭବାନୀପାଟଣାରୁ ବଲାଙ୍ଗୀର-ଜୟପୁରକୁ ଯୋଗାଯୋଗ ପ୍ରାୟ ୫ ଘଣ୍ଟା ଧରି ବନ୍ଦ ରହିଥିଲା ।କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ସଂଯୋଗୀକରଣ ହୋଇଥିଲେ ହେଁ ଲବଣୀପୁର, ଖଇରମାଲ, ଘଣ୍ଟବାହାଲି ଭଳି ପ୍ରାୟ ୭ଖଣ୍ଡ ଗାଁକୁ କେନାଲ ପାଣି ମାଡୁନି, ଯାହା ଫଳରେ ଚାଷୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ କରିବା ସତ୍ବେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ ।ପରେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Comments are closed.