Friday, March 29, 2024

Top 5 This Week

Related Posts

ବିନିକା ମାର୍କେଟ ୟାର୍ଡ଼ ରେ ଧାନ କିଣା ଆରମ୍ଭ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୫) : ଚଳିତ ରବି ରିତୁ ପାଇଁ ଆଜିଠାରୁ ବିନିକା ମାର୍କେଟ ୟାର୍ଡ଼ ରେ ଧାନ କିଣା ପର୍ବ ଆରମ୍ଭ ହୋଇଛି ।

ଆଜି ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ବିନିକା ମାର୍କେଟ ୟାର୍ଡ଼ ରେ ଚାଷୀ ବିଦ୍ୟାଧର ପାଣିଗ୍ରାହୀଙ୍କ ଠାରୁ ୮୪.୯୫ କ୍ୱିଣ୍ଟାଲ କ୍ରୟ କରାଯାଇ ଗୋଦାବରୀ ରାଇସ୍ ମିଲକୁ ପଠା ଯାଇଥିବା ବେଳେ ସେହିପରି ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଚାଷୀ ଶାନ୍ତନୁ କୁମାର ସାହୁଙ୍କ ଠୁଁ ୧୫.୮, ରଘୁନାଥ ବାଗଙ୍କ ଠୁଁ ୧୮.୨୫, ଶ୍ରୀରାମ ବାଘ ଙ୍କ ଠୁଁ ୨୪.୪୪ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ କାନ୍ୟକା ରାଇସ ମିଲ କୁ ପଠା ଯାଇଛି । ଏହି ଧାନ କିଣା ପର୍ବ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ନଡ଼ିଆ ଭାଙ୍ଗି ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏସିଏସଓ ତ୍ରିନାଥ ଭୋଇ, ଲଳିତ ପଟ୍ଟନାୟକ, ଜିଲ୍ଲା ମିସନ ଶକ୍ତି ଡି ପିସି କାର୍ତ୍ତିକ ଚନ୍ଦ୍ର ନାଏକ, ଚାଷୀ ନେତା ସର୍ଜନ ପଣ୍ଡା, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିନିକା ପେକ୍ସ ସଂପାଦକ ପ୍ରଶାନ୍ତ କୁମାର ନାୟକ (ମିନୁ), ଆରଏମସି କର୍ମଚାରୀ ଅଶୋକ ପାଣ୍ଡେ, ଶରତ ତ୍ରିପାଠୀ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ ।

Popular Articles