Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାରେ ବୁଦ୍ଧ ପୂର୍ଣ୍ଣମା ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୬/୦୫) : ବୌଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ନେଇ ଓଡିଶା ପ୍ରଦେଶ ରେ ଏକ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲାରେ ବୁଦ୍ଧ ଜୟନ୍ତୀ ବା ବୁଦ୍ଧ ପୂର୍ଣ୍ଣମା ପାଳିତ ହୋଇଛି lWhatsApp Image 2022 05 17 at 6.19.46 AM 1 ବୌଦ୍ଧ ଜିଲ୍ଲାରେ ବୁଦ୍ଧ ପୂର୍ଣ୍ଣମା ପାଳିତ

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲା ର ଅନ୍ୟ ବିଭାଗୀୟ କର୍ମଚାରୀ ଙ୍କ ସହଯୋଗ କ୍ରମେ ଆଜି ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ମନମୁଣ୍ଡା, ବୌଦ୍ଧ ବ୍ଲକ ର ବାଲାସିଙ୍ଗ ବୌଦ୍ଧ ପାର୍କ, ବୌଦ୍ଧ ରାଜବାଟି ବୌଦ୍ଧ ପାର୍କ, ବୌଦ୍ଧ ବାଘଗୁଡା ଛକ, ଗାନ୍ଧରାଡି ମନ୍ଦିର, ବାଲାସିଙ୍ଗ ମହୁଲ ମୂଳ, ହରଭଙ୍ଗା ବ୍ଲକ ର ଶ୍ୟାମ ସୁନ୍ଦରପୁର ଠାରେ ଥିବା ବୌଦ୍ଧ ମନ୍ଦିର, ରାମଗଡ ପଞ୍ଚାୟତ ପ୍ରଗଲପୁର ଠାରେ ଥିବା ବୁଦ୍ଧ ମନ୍ଦିର, ଆଡେଣି ଗଡ଼ ପଞ୍ଚାୟତ ମାଧପୁର ଆଦି ସ୍ଥାନରେ ବୌଦ୍ଧ ଜିଲ୍ଲାରେ ବୁଦ୍ଧ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି l

ଏହାକୁ ନେଇ ଆଜିଠୁ ବୌଦ୍ଧ ଜିଲ୍ଲା ର ପ୍ରତ୍ୟେକ ସ୍ଥାନରେ ବୌଦ୍ଧ କୀର୍ତ୍ତିରାଜି, ଐତିହ୍ୟ ଦେଖିବାକୁ ମିଳିବ l

Popular Articles