ମୁରିବାହାଲରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ, ଅନେକ ବୁଥରେ ଇଭିଏମ ଅଚଳ

ମୁରିବାହାଲ (ଭଗବାନ ମହାନ୍ତି): କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ୨୨ଟି ପଂଚାୟତର ୧୦୯ବୁଥରେ ୮୯୯୬୪ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି |

ଏହି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମୁରିବାହାଲ ବ୍ଲକ ର ଅନେକ ବୁଥ ରେ ଇଭିଏମ ଅଚଳ ହେବାରୁ ଜନସାଧାରଣ ଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା | ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ପ୍ରକ୍ରିୟା ରେ ମୁରିବାହାଲ ୧୪୨ ଏବଂ ୧୪୩ ନ ବୁଥ, ଘଣ୍ଟବହାଲ ୧୫୪ନଂ ବୁଥ ରେ ଘୁଷୁରାମୁଣ୍ଡା, ପତରପାଲି, ହଳଦୀର ଦୁଇଟି ବୁଥ ଆଜି ବେଶୀ ମତଦାତା ଥିବା ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ୩ଘଣ୍ଟା ବିଳମ୍ବ ରେ ଭୋଟିଂ ଆରମ୍ଭ ହୋଇଥିଲା | ସେହିପରି ଚକଲି ପଂଚାୟତ ରେ ଥିବା ବୁଥ ଗୁଡିକରେ ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବ ରେ ମତଦାନ ହୋଇଥିଲା |

କିଛି ସ୍ଥାନରେ ଛାଇର ଉଚିତ ବ୍ୟବସ୍ଥା ନ ଥିଲେ ମଧ୍ୟ ଭୋଟରଙ୍କ ଉତ୍ସାହ କମି ନ ଥିଲା | ଟାଣ ଖରାରେ ମଧ୍ୟ ଲୋକେ ଲମ୍ବା ଲଇଁ ରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ | ଖବର ଲେଖାଯିବା ପର୍ଯ୍ୟନ୍ତ ମୁରିବାହାଲ ବସ୍ତିରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୋଟିଂ ଚାଲୁରହିଥିଲା |

Comments are closed.