Friday, March 29, 2024

Top 5 This Week

Related Posts

ପୋଲିସ ସାମ୍ନାରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କଲେ ସୁରକ୍ଷା କର୍ମୀ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୪/୦୮) : ରାଜଧାନୀରେ ପୋଲିସ ସାମ୍ନାରେ ନିଜ ମୁଣ୍ଡକୁ ଗୁଳି କରି ସୁରକ୍ଷା କର୍ମୀ ଆତ୍ମହତ୍ୟା କରିଛନ୍ତି । ଏୟାରପୋର୍ଟ ଥାନା ଅନ୍ତର୍ଗତ ଗଙ୍ଗନଗର ଅଞ୍ଚଳରେ ଏହି ସୁରକ୍ଷା ଗାର୍ଡ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ନିଜକୁ ହତ୍ୟା କରିଥିବା କୁହାଯାଉଛି ।

ପାରିବାରିକ କଳହରୁ ସୁରକ୍ଷା କର୍ମୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ତେବେ ସେ ଏଭଳି କାହିଁକି କଲେ ତାର ପ୍ରକୃତ କାରଣ ଜଣାପଡିନାହିଁ । ଏନେଇ ମୃତ ସୁରକ୍ଷା କର୍ମୀଙ୍କ ସ୍ତ୍ରୀ କହିଛନ୍ତି, କିଛି ଲୋକ ମୋ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଏହି କାରଣରୁ ସେ ନିଜକୁ ନିଜେ ଗୁଳି କରିବାକୁ ଉଦ୍ୟମ କରିଥିଲେ । ଘର ଭିତରେ ପୁଅ, ଝିଅ ଓ ମୁଁ ପ୍ରାୟ ୨ ଘଣ୍ଟା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲୁ । କିନ୍ତୁ ରୋକି ନ ପାରିବାରୁ ପିସିଆର ଭ୍ୟାନ୍କୁ ବି ଖବର ଦେଇଥିଲୁ । ପରେ ସେ ଘର ବାହାରକୁ ଚାଲିଯାଇ ହଠାତ୍ ପିସିଆର ଭ୍ୟାନ୍ ପୋଲିସ ସାମ୍ନାରେ ନିଜ ମୁଣ୍ଡ କୁ ଗୁଳି କରିଥିଲେ ବୋଲି ସେ କହିଛନ୍ତି ।

ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତା ଉପରେ ପୋଲିସ ତଦନ୍ତ ଚଳାଇଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ଆତ୍ମହତ୍ୟା ପଛରେ ପାରିବାରିକ କଳହ ନ ଅଲଗା କିଛି ରହିଛି ତା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles