ବୈପାରୀଗୁଡା ବନବିଭାଗକୁ ଏକ ସଫଳତା, ଟାଟା ମାଜିକ ସହ କାଠ ଜବତ

ବୈପାରୀଗୁଡା(ଏନ. ସନ୍ତୋଷ): ବୈପାରୀଗୁଡା ବନ ବିଭାଗକୁ ସଫଳତା ମିଳିଥିବା ଜଣା ପଡିଛି |

ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦେଶ କ୍ରମେ ବନ ବିଭାଗର ଗୋଟିଏ ଦଳ ବୁଧବାର ଅପରାହ୍ନ ୬ଟା ବେଳେ ଦଶମନ୍ତପୁର ପଂଚାୟତ ଅନ୍ତର୍ଗତ ଭାରୁଆବାଡ଼ି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ କାଠ ଚୋରି ଚାଲାଣ କରୁଥିବା ବେଳେ କାଠ ସହ ଟାଟା ମେଜିକ ଗାଡି ଜବତ କରିଥିବା ଜଣା ପଡିଛି | ଦୁର୍ବୁତ୍ତ ମାନେ ଖସିଯାଇଥିବା ବେଳେ (OR10H0480)ଗାଡ଼ିରେ ୧୬ଗୋଟି ବିଜା ଓ ଶାଳକାଠର ଆନୁମାନିକ ୩୦ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି | ବନପାଳ ସଚିତା ନନ୍ଦ ପରିଡା ଓ ମନୋଜ ମହାପାତ୍ର ସହ ସ୍କ୍ୟାଡ଼ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ |

Comments are closed.