Thursday, March 28, 2024

Top 5 This Week

Related Posts

ଗାଁସାଥି/ମେଟ୍ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୧୬/୫) : ରାୟଗଡା ର ବିଷମ କଟକ ମାଁ ମାର୍କମା ମନ୍ଦିର ପ୍ରାଙ୍ଗଣରେ ଗାଁସାଥି/ମେଟ୍ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 05 16 at 10.54.59 AM ଗାଁସାଥି/ମେଟ୍ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହି ବୈଠକରେ ୧୦ ଗୋଟି ପଞ୍ଚାୟତ ର ଗାଁସାଥି/ମେଟ୍ ମାନେ ଉପସ୍ଥିତ ଥିଲେ ଯଥା :- କୁଟ୍ରାଗଡ, ହାଟ ମୁନିଗୁଡା, ଡାଲିଆ କୁଜି, ବିଷମ କଟକ, ଚାଞ୍ଚଡା ଗୁଡ଼ା, ଚାଟିକଣା, କାଙ୍କୁବାଡି, ହାଜାରିଡାଙ୍ଗ, ଥୁଆପାଡି, ଝିଗିଡି ଏହି ପରି ୧୦ ଗୋଟି ପଞ୍ଚାୟତ ର ମେଟ୍ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ । ଏଥି ମଧ୍ୟରେ ବ୍ଲକ କମିଟି ର ସଦସ୍ୟ ମାନଙ୍କୁ ଚୟନ କରାଯାଇଥିଲା ।

ଏଥି ମଧ୍ୟରେ ବ୍ଲକ ସଭାପତି ନରତ୍ତମ ଉଲ୍ଲାକା ସାଧାରଣ ସମ୍ପାଦକ ଦାଶରଥି କୁଟ୍ରୁକା, ଗଙ୍ଗାଧର ବେନିଆ ସମ୍ପାଦିକା ଅନିତା ପିଡିକାକା, ପ୍ରତିମା ତୁଳ ଉପ ସଭାପତି ବାଦଲ୍ କୁମାର ରୋଣା, ସୁବାଷ ପଣ୍ଡା, ରାମଦାସ ଟାକ୍ରି, ନବିନ କୃଷିକା, ଅଜିତ୍ କୁମାର ବିଡିକା ଏହିଭଳି ପଦ ପଦବୀ ରେ ରଖାଗଲା । ସେହିପରି ୧୦ ଗୋଟି ପଞ୍ଚାୟତ ରେ ସଭାପତି ଏବଂ ସମ୍ପାଦକ ଚୟନ ପ୍ରକିୟା ଶେଷ ହୋଇଯାଇଛି । ସରକାର ଗାଁ ସାଥି/ମେଟ୍ ମାନଙ୍କୁ ବାରମ୍ବାର ନିରାଶ କରି ରଖିଛନ୍ତି ତେଣୁ ଆଉ ଏଣିକି ମେଟ୍ ମାନେ ନିଶ୍ଚିତ ଭାବରେ ସ୍ୱର ଉତ୍ତୋଳନ କରିବେ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି ।

୧. N.M.M.S National Mobile Monitoring System ରେ ଗୁଡ଼ାଏ ମେଟ୍ ମାନଙ୍କୁ ଅନ୍ତର ଭୁକ୍ତ କରାଯାଇ ନାହିଁ । ତେଣୁ ସମସ୍ତ ଗାଁସାଥି/ମେଟ୍ ମାନଙ୍କୁ ଅନ୍ତର ଭୁକ୍ତ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି । ଯଥା ଶୀଘ୍ର ଯଦି ସରକାର ଆମରି କଥାକୁ ଅବମାନନା କରନ୍ତି ତାହା ହେଲେ ନିଶ୍ଚିତ ଭାବରେ ପୁଣି ଥରେ ରାଜ ରାସ୍ତା କୁ ଓହ୍ଲେଇବେ ବୋଲି ସଂଘ ତରଫରୁ ଚେତାବନୀ ଦେଇଛନ୍ତି ବ୍ଲକ୍ ସଭାପତି ନରତ୍ତମ ଉଲ୍ଲାକା ।

୨. ତାରିଖ ୦୧/୧୦/୨୦୨୧
ଚିଠିପତ୍ର ନଂ.୧୬୯୩୬
ଏହି ଉପର ଲିଖିତ ଚିଠି ଅନୁସାରେ ଆମ୍ଭମାନଙ୍କୁ National Mobile Monitoring System ରେ ଅନ୍ତର ଭୁକ୍ତ କରିବା କଥା କିନ୍ତୁ ସରକାର ଏତେ ଅବହେଳା କ’ଣ ପାଇଁ ଆମ୍ଭମାନଙ୍କୁ ।

୩. ଓଡ଼ିଶା ସରକାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ
ତାରିଖ.୨୯/୦୪/୨୦୨୧
ଚିଠି ନଂ.୭୬୯୭ ଅନୁଯାୟୀ ମାସକୁ ୧୦୦ ଦିନ କାମ ଯୋଗାଇ ଦିଆଯାଉ ।
ଏତଦ୍ ବ୍ୟତୀତ ଗୁଡ଼ାଏ ମେଟ୍ ଭାଇ ଓ ଭଉଣୀ ମାନଙ୍କୁ ମଧ୍ୟ MNGRES କାମରେ ନିୟୋଜିତ କରାଯାଉ ।

Popular Articles