ଇଭିଏମ ତ୍ରୁଟି ପାଇଁ ମତଦାନ ବନ୍ଦ, ସାନି ଭୋଟ ଗ୍ରହଣ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣିଙ୍ଗ ଅଫିସର

ସୁନ୍ଦରଗଡ଼ (ରାଜେଶ କୁମାର ଜେନା): ଇଭିଏମ୍‌ରେ ତ୍ରୁଟି ଯୋଗୁ ସୁନ୍ଦରଗଡ଼ର ଏକ ବୁଥ୍‌ରେ ଭୋଟ ଗ୍ରହଣ ବନ୍ଦ ରହିଛି। ପ୍ରଥମେ ଇଭିଏମ୍‌ ମରାମତି ପରେ ପୁନର୍ବାର ମତଦାନ କରାଯାଇଥିଲା ହେଲେ ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ପାଖକୁ ଯାଉଥିବା ଦେଖି ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ରିଟର୍ଣ୍ଣିଂ ଅଫିସର ବୁଥ୍‌ରେ ପହଞ୍ଚି ମତଦାନ ବନ୍ଦ କରିଥିଲେ । ଏଠାରେ ପୁନଃ ମତଦାନ ପାଇଁ କରିବାକୁ ଇସିଆଇଙ୍କୁ ଚିଠି ଲେଖିଛନ୍ତି ରିଟର୍ଣ୍ଣିଂ ଅଫିସର ।

ଆଜି ସକାଳେ ରାଉରକେଲାର ରଙ୍ଗାଢିପା ୨୧୩ ନଂ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖା ଦେଇଥିଲା । ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗ କରିଥିଲେ ଭୋଟର । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ରିଟର୍ଣ୍ଣିଂ ଅଫିସର ପହଞ୍ଚି ଭୋଟ ବନ୍ଦ କରିଥିଲେ । ଏନେଇ ଏଠାରେ ପୁନଃ ମତଦାନ ପାଇଁ ସେ ଇସିଆଇଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ୪ଟି ବୁଥ୍‌ରେ ପରିଚାଳନାଗତ ତ୍ରୁଟି ଦେଖାଦେଇଛି । ତେଣୁ ୪ଟି ଯାକ ବୁଥ୍‌ରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ। ସୁନ୍ଦରଗଡ଼ ବିଧାନସଭାର ୨୧୩ ନମ୍ବର ବୁଥ୍‌, ବଣାଇ ବିଧାନସଭାର ୧୨୯ ନମ୍ବର ବୁଥ୍, ଦଶପଲ୍ଲା ବିଧାନସଭାର ୨୧୦ ଓ ୨୨୨ ନମ୍ବର ବୁଥ୍‌ରେ ସାନି ମତଦାନ ପାଇଁ ସୁପାରିଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.