ମାଲକାନଗିରି ଜିଲ୍ଲା ଏମପିଭି ୬୫ଗ୍ରାମରେ ଆଜି ହେଲା ସାନି ନିର୍ବାଚନ

ମାଲକାନଗିରି (ବୁଦ୍ଧଦେବ ମଣ୍ଡଳ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୬୫ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ବୁଥ ନମ୍ବର ୨୫୪ପୁଲିଂ କର୍ମଚାରୀ ଇଭିଏମ୍ ଖୋଲି ଭୋଟ ଟେଂପରିଙ୍ଗ କରିଥିବାରୁ ଏହି ବୁଥରେ ପୁନଃ ନିର୍ବାଚନ ଆଜି ହୋଇଛି |

୧୧ଏପ୍ରିଲରେ ହୋଇଥିବା ନିର୍ବାଚନରେ ମୋଟ ୬୫୪ଜଣ ଭୋଟର ମତ ସାବସ୍ତ୍ୟ କରିଥିବା ବେଳେ ଆଜି ହୋଇଥିବା ସାନି ନିର୍ବାଚନରେ ୧୦୦ରୁ ୧୫୦ମତ କମିଯିବାର କହିଛନ୍ତି ପୁଲିଂ କର୍ମଚାରୀ ଏବଂ ଗ୍ରାମବାସୀ । ଭୋଟ ଦେବାପାଇଁ ସାଧାରଣ ଭୋଟରଙ୍କ ପରି ଦିବ୍ୟାଙ୍ଗ ଭୋଟର ମଧ୍ୟ ଉତ୍ସାହିତ ଅଛନ୍ତି । ଦ୍ୱିତୀୟ ଥର ହେଉଥିବା ସାନି ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବେ ଚାଲିଥିବା ଦେଖାଦେଇଥିଲା |

Comments are closed.