ଏସିଏଫ୍ ସୌମ୍ୟରଂଜନ ଙ୍କ ମୃତ୍ୟୁକୁ ନେଇ ୨୩ ଦିନ ବିତିଲା : ଦିଗହରା ପୋଲିସ ତଦନ୍ତ

0
243

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର,(୦୪/୦୮) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ମୟୂରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଘରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ପୁଲିସ ଟିମ୍ ବିଦ୍ୟାଭାରତୀଙ୍କୁ ଆଜି ଜେରା କରିଛି । ତାଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲେ ସେପରି କିଛି ସୁରାଗ ପାଇ ନ ଥିବା ସୂଚନା ମିଳିଛି ।

ଏହି ଘଟଣାକୁ ୨୩ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କାହାକୁ ଗିରଫ କରିପାରି ନାହିଁ । ଏସବୁ ଅନୁଦ୍ଧାନ କଲେ ଲାଗୁଛି ପୋଲିସ ତଦନ୍ତ ଦିଗହରା ହୋଇଯାଇଛି । ପୋଲିସ ବିଦ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି । ଏସିଏଫ୍ ସୌମ୍ୟରଂଜନ ଯେଉଁଦିନ ପୋଡ଼ି ଯାଇଥିଲେ, ସେହିଦିନ ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିବା ଗାଡ଼ି ଚାଳକଙ୍କୁ ବି ପୁଲିସ ଜେରା କରିଥିବା ସୂଚନା ମିଳିଛି । ଜେରା ନେଇ ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଆଜି ଦ୍ୱିତୀୟ ଥର ପାଇଁ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରିଛି । ତଦନ୍ତ ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ବିଦ୍ୟାଭାରତୀଙ୍କୁ ପଚରାଉଚରା କଲୁ । ଡ୍ରାଇଭରଙ୍କୁ ବି ଜେରା କରାଗଲା । ଫ୍ରି ଆଣ୍ଡ ଫେୟାର ଭାବେ ତଦନ୍ତ କରାଯାଉଛି ବୋଲି ତଦନ୍ତ ଅଧିକାରୀ କହିଛନ୍ତି । ସରକାରୀ କ୍ୱାର୍ଟର୍ସରେ ସୌମ୍ୟ ଓ ବିଦ୍ୟାଭାରତୀ ନୁହେଁ ଥିଲେ । ତେବେ ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ, ତାହା ପତ୍ନୀ ବିଦ୍ୟାଭାରତୀ ଜାଣିପାରିଲେ ନାହିଁ । ସ୍ୱାମୀ ମରିବାର ଦୁଇ ଦିନ ପରେ ମଧ୍ୟ ବିଦ୍ୟା ମୁହଁ ଖୋଲୁନଥିଲେ ।

ଏହାକୁ ନେଇ ସୌମ୍ୟଙ୍କ ପରିବାର ବଦ୍ୟାଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ମାନସିକ ଚାପ ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ଖଣ୍ଡନ କରିଥିଲେ ।

ସୂଚନାଯୋଗ୍ୟ, ବାହାଘରର ମାସେ ପରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ସୌମ୍ୟ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଚାଲି ଯାଇଥିଲେ । ସେଠାରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ । ତେବେ ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ କ୍ୱାର୍ଟର୍ସରେ ଥିଲେ । ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡେ଼ାଶୀଙ୍କୁ ସୂଚନା ଦେଇଥିଲେ । ତା’ପରେ ତାଙ୍କୁ ମେଡିକାଲ୍ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍ କରାଯାଇଥିଲା ।

ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅଫିସ୍ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।