Related Contents

ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ-କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ

https://youtu.be/8_WOl4OcsNsକୋରାପୁଟ (N. Santosh) : କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରାପଡା ପଂଚାୟତ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧୀର ରଥ ଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବ ର ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ ମହେଶ୍ୱର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ କୋରାପୁଟ ଆନନ୍ଦ ଅନୁଗୁଲୀୟ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ କର୍ତବ୍ୟ, ଉପସ୍ଥିତ ଅଭିଭାବକ ମାନଙ୍କ ଦାୟିତ୍ୱ ଓ ଶିକ୍ଷକ ଙ୍କ ଶିକ୍ଷାଦାନ ର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ |ଏହି ଉତ୍ସବ ର ସମ୍ମାନୀୟ ଅତିଥି ମଧ୍ୟରୁ ବୈପାରୀଗୁଡା ପଂଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା ଓ ହୀରାମଣି ପୂଜାରୀ ଏବଂ ସତ୍ୟନାରାୟଣ ମହାନ୍ତି ମଞ୍ଚ ରେ ଉପସ୍ଥିତ ଥିଲେ | ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ |

Comments are closed.