ଦେଉଡ଼ା ଝାଡ଼େଶ୍ୱର ମନ୍ଦିରରେ ସରପଞ୍ଚଙ୍କ ଜରୁରୀ ବୈଠକ

0
465
ଦେଉଡ଼ା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୦୫) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦିଲି ଗ୍ରାମ ପଞ୍ଚାୟତ ର ଦେଉଡ଼ା ଗ୍ରାମରେ ଥିବା ଜୟ ଝାଡେଶ୍ୱର ଶିବ ମନ୍ଦିର ପରିସରରେ ସରପଞ୍ଚ ମାନଙ୍କର ବ୍ଲକ ସ୍ତରୀୟ ସଂଘ ଗଠନ କରାଯାଇଥିବା ଜଣାପଡିଛି ।

ଦେଉଡ଼ା ଝାଡ଼େଶ୍ୱର ମନ୍ଦିରରେ ଛତରଲା ସରପଞ୍ଚ ଶ୍ରୀ ତ୍ରିନାଥ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ୧୭ ଗୋଟି ପଞ୍ଚାୟତ ର ନଵ ନିର୍ବାଚିତ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ । ପ୍ରାପ୍ତ ସୂଚନା ମୁତାବକ ସର୍ବସମ୍ମତି କ୍ରମେ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସରପଞ୍ଚ ଶ୍ରୀ ସହଦେଵ ପୂଜାରୀଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଘୁମର ସରପଞ୍ଚ ଶ୍ରୀମତୀ କମଳା ପୂଜାରୀଙ୍କୁ ଉପସଭାପତି ଏବଂ କୋଷାଧକ୍ଷ ଭାବେ ସୁନାରବେଲି ନୂଆଗାଁ ର ସରପଞ୍ଚ ଦେବ ମାଝୀଙ୍କୁ ମନୋନୀତ କରାଯାଇଛି ।

ପାଞ୍ଚ ବର୍ଷକୁ ଥରେ ସଂଘ ଗଠନ କରା ଯାଉଥିବାରୁ ସରପଞ୍ଚ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଦେଖାଯାଇ ଅଛି । ଏହି ବୈଠକରେ ପାନୀୟ ଜଳ, ବିଦ୍ୟୁତ ସମସ୍ୟା, ପଞ୍ଚାୟତରେ ଥିବା ଗରିବ ମାନଙ୍କ ସମାସ୍ୟା କେତେ ଦୂର ସମାଧାନ ହେଇ ପାରୁଛି ବୋଲି ଓ କେତେ ଶୀଘ୍ର ସମାଧାନ ହେବ ଦେଖିବାକୁ ବାକି ରହିଲା ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୁମିତ୍ରା ସମରଥ, ଜଗମୋହନ ମାଝୀ , ଶ୍ରୀମତୀ ପାର୍ବତୀ ଅମନାତ୍ୟ, ଜଗବନ୍ଧୁ ଭତରା, ଦିନମଣି ରନ୍ଧାରୀ, ପୂର୍ଣ୍ଣ ପୂଜାରୀ, ସନମତି ଗାଦବା, ବୁଦାଇ ନାୟକ, ମନମତି ପୂଜାରୀ, ପୁଷ୍ପା ପୂଜାରୀ, ରାମଲାଲ ଚାଲାଣ ପ୍ରମୁଖ ଉପସ୍ଥିତ ରହିଥଲେ ।

ହିତାଧିକାରୀ ଚାଉଳ ଗହମ କିରୋସିନ ଏବଂ ମଣ୍ଡିରେ ଚାଷୀ ଧାନ କିଭଳି ଭାବରେ ବିକ୍ରି କରିବେ ସେଥିପ୍ରତି ଗୁରୁତ୍ତ୍ୱ ଦିଆଯିବ ବୋଲି ଉକ୍ତ ବୈଠକରେ ଆଲୋଚାନା କରାଯାଇଛି ।