ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନରେ ଇଭିଏମ ଅଚଳ, ଭୋଟ ଗ୍ରହଣ ବିଳମ୍ବ

ବଲାଙ୍ଗୀର(ଓଡିଶା ନ୍ୟୁଜ୨୪): ଆଜି ବଲାଙ୍ଗୀରରେ ଗୋଟିଏ ଲୋକସଭା ସହ ଏହା ଅନ୍ତର୍ଗତ ୭ଟି ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ମତଦାନ ଚାଲିଛି । ତେବେ ମତଦାନ ଆରମ୍ଭରୁ କିଛି ବୁଥ୍‌ରେ ଇଭିଏମ୍‌ ଅଚଳ ହେବା ନେଇ ଖବର ଆସି ପହଞ୍ଚିଛି।

ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନଂ ବୁଥ୍‌ରେ ମଧ୍ୟ ଇଭିଏମ୍ ଅଚଳ ହୋଇଛି। ଇଭିଏମ୍ ଅଚଳ ହୋଇଥିବା ଯୋଗୁ ସେଠାରେ ମତଦାନ ବିଳମ୍ୱିତ ହୋଇଛି । କଣ୍ଟାବାଞ୍ଜିର ବୁଥ୍‌ ନଂ ୬୭ରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ଆସିଛି । ଟିଟିଲାଗଡ଼ରୁ ନୂଆ ଇଭିଏମ୍‌ ଆସିବା ପରେ ସେଠାରେ ମତଦାନ ହେବ ବୋଲି ଜଣାପଡ଼ିଛି । ମତଦାନ ପାଇଁ ବୁଥ୍‌ ବାହାରେ ଭୋଟର୍‌ ଅପେକ୍ଷା କରିଛନ୍ତି।ସୋନପୁରର ୨ଟି ବୁଥ୍‌ରେ ଇଭିଏମ୍ କାମ କରୁନି । ତେଣୁ ସାଗରପାଲ୍ଲୀର ୨୦୪ ଓ ୨୦୫ ନଂ ବୁଥ୍‌ରେ ୨ ଘଣ୍ଟା ବିଳମ୍ବରେ ମତଦାନ ଚାଲିଛି | ବୀରମହାରାଜପୁର ଗଇଁତରା ୭୪ ନଂ ବୁଥ୍‌ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି।

Comments are closed.