Thursday, March 28, 2024

Top 5 This Week

Related Posts

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ଓ ନୂତନ ଶୌଚାଳୟ ଉଦଘାଟିତ

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡ଼ା, (୧୪/୫) : ଶନିବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗୁଣପୁରରେ ଦଶମ ଶ୍ରେଣୀ ଶିଶୁଙ୍କ ସମାବର୍ତ୍ତନ ଉତ୍ସବ ଯଥାରୀତି ପାଳନ ହେବା ସହିତ ନୂତନ ଶୌଚାଳୟ ଉଦଘାଟନ ହୋଇଯାଇଛି l

ଇତ୍ୟବସରରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିକଟସ୍ଥ ଘନନ୍ତ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l

ଆଚାର୍ଯ୍ୟ ଶ୍ରୀମତୀ ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥି ତଥା ସ୍ଥାନୀୟ ବିଧାୟକ ଅନୁଷ୍ଠାନ ପାଇଁ ବିଧାୟକ ପାଣ୍ଠିରୁ ବିଜ୍ଞାନାଗାର ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଅଛନ୍ତି l ଦଶମ ଶ୍ରେଣୀ ଶିଶୁ ମାନେ ନିଜ ନିଜର ଅନୁଭୂତି କଥନ କରିବା ସହିତ ଗୁରୁଜୀ ଗୁରୁମା ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ଭୋଜି ସାରି ଗୃହକୁ ପ୍ରତ୍ତ୍ୟାବର୍ତ୍ତନ କରିଥିଲେ l

ପରିଚାଳନା ସମିତି ର ସଭାପତି ଶ୍ରୀ ବି ଗଜପତି ରାଓ ଓ ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ଉପସ୍ଥିତ ରହି ମାର୍ଗଦର୍ଶନ କରିବା ସହିତ ଉପସଭାପତି ଯୁଗ୍ମ ସମ୍ପାଦକ କୋଷାଧ୍ୟକ୍ଷ ଓ ସଦସ୍ୟା ପ୍ରଭୁତି ଉପସ୍ଥିତ ଥିଲେ l ପୂର୍ବତନ ସଂକୁଳ ପ୍ରମୁଖ ଶ୍ରୀ ମନୋରଞ୍ଜନ ରଥ ଓ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ତଥା ସଙ୍ଘ କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଭାତ ମହାପାତ୍ର ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ l

Popular Articles