ବୋଡିଗାଁ ଠାରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

0
271
ବୋଡିଗାଁ ଠାରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/୫) : ବୋରିଗୁମ୍ମା ବ୍ଳକ ବୋଡିଗାଁ ଠାରେ ନୃସିଂହ ମନ୍ଦିର ପରିସରରେ ଗତକାଲି ଠାରୁ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବା ଜଣାପଡିଛି ।

ବୋଡିଗାଁ ଠାରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଆୟୋଜିତ ହୋଇଥିବା ଏହି ଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲି ସମାପନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ନାମ ଯଜ୍ଞ ର କର୍ତ୍ତା ଭାବେ ଶ୍ରୀ ରମେଶ ଚନ୍ଦ୍ର ନାୟକ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଭାସ୍କର ନାୟକ, ଶ୍ରୀଧର ନାୟକ, ଟୁନା ନାୟକ, ରାମଚନ୍ଦ୍ର ଗୌଡ ପ୍ରମୁଖ ସହଯୋଗ କରିଥିବା ଜଣାପଡିଛି ।

ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ, ସରୁଗୁଡା, ମାଳିଗୁଡା, ଘୀଉରି (ଜୟପୁର), ବୋରିଗୁମ୍ମା ବ୍ଳକ ପୋଡାପଦର, କାଠରଗଡା, କୁମୁଲି, କାମତା, ନନ୍ଦର୍ଲା, ମାଳିଗୁଡା, ମାଙ୍କିଡି ଅଟାଳ ସମେତ ସମୁଦାୟ ୧୨ ଗୋଟି ଗ୍ରାମ ର ସଂକୀର୍ତ୍ତନ ମଣ୍ଡଳୀ ଏହି ନାମ ଯଜ୍ଞରେ ଅଂଶଗ୍ରହଣ କରିଥିବା ଜଣାପଡିଛି ।