Related Contents

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡିକୁ ଢେଲା ପଥର ମାଡ

ବିଜେପୁର (ଓଡିଶା ନ୍ୟୁଜ୨୪): ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ ହୋଇଥିବା ଜଣାପଡିଛି । ଢେଲା ମାଡ଼ରେ ଗାଡିର କାଚ ଭାଙ୍ଗି ଯାଇଥିବା ସ୍ଥଳେ ଆକ୍ରମଣ ସମୟରେ ଗାଡ଼ି ଭିତରେ ସନତ ଓ ତାଙ୍କ ସମର୍ଥକ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏପରି ଆକ୍ରମଣ ବିଜେଡି କର୍ମୀମାନେ କରିଥିବା ବିଜେପି ଅଭିଯୋଗ କରିଛି। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିପକ୍ଷରେ ବିଜେପିରୁ ସନତ ଗଡ଼ତିଆ ପ୍ରାର୍ଥୀ ହୋଇଛନ୍ତି । ଆଜି ସନତ ଗଡ଼ତିଆ ଓ ତାଙ୍କ ସମର୍ଥକ କନ୍ଧରା ଗାଁକୁ ଯାଇଥିଲେ । ସେଠାରେ ପହଞ୍ଚିଲା ପରେ ତାଙ୍କ ଗାଡ଼ି ଉପରକୁ ଟେକା ପଥର ମାଡ଼ ହୋଇଥିଲା । ଫଳରେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଥିଲା । ଗାଡ଼ି ଭିତରେ ଥିବା ସନତ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଢେଲାପଥର ମାଡ଼ ନେଇ ସନତ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାରୁ ପ୍ରକାଶ, ଦ୍ୱିତୀୟ ପର୍ଯ୍ୟାୟରେ ବିଜେପୁରରେ ଆସନ୍ତା କାଲି ନିର୍ବାଚନ ହେବ ।

Comments are closed.