Friday, March 29, 2024

Top 5 This Week

Related Posts

ପୌର ଅଞ୍ଚଳରେ ସମସ୍ତ ପ୍ରତିଷ୍ଠାନ ଓଡ଼ିଆ ରେ ସାଇନ୍ ବୋର୍ଡ ଲେଖିବାକୁ ପ୍ରଚାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୫) : ଗତ ସପ୍ତାହ ରେ କାଶୀନଗର ପୌର ଅଞ୍ଚଳରେ ପୌର ପରିଷଦ କର୍ତ୍ତୃପକ୍ଷ ମାଇକ ଦ୍ଵାରା ସର୍ବସାଧାରଣ ଙ୍କ ଉଦ୍ଦେଶ୍ୟରେ ପ୍ରଚାର କରଯାଇଥିଲା କି ସମସ୍ତ ପ୍ରତିଷ୍ଠାନ ଓଡ଼ିଆ ରେ ସାଇନ୍ ବୋର୍ଡ ଲେଖିବାକୁ ପଡ଼ିବ ।

ପ୍ରାପ୍ତ ସୂଚନା ଅନୁଯାୟୀ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ର ନିର୍ଦ୍ଦେଶ କ୍ରମେ ରାଜ୍ୟ ର ସମସ୍ତ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ରେ ଓଡ଼ିଆ ଭାଷାରେ ସାଇନ୍ ବୋର୍ଡ ଲଗାଇବା ସହ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ସରକାର ଙ୍କ ନିର୍ଦ୍ଦେଶ ରହିଛି । ଏ ନେଇ ଗତ ସପ୍ତାହ ରେ କାଶୀନଗର ପୌର ଅଞ୍ଚଳରେ ପୌର ପରିଷଦ ପ୍ରଚାର କରିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ କରିବାକୁ ଏକ ଟିମ୍ ଗଠନ କରି ଚଢ଼ାଉ ନ କଲେ ଏହା କାର୍ଯ୍ୟକାରୀ ହେବ ନାହିଁ, ନଚେତ୍ ଦଣ୍ଡ ବିଧାନ କରିବାକୁ ହେବ ବୋଲି ଜନସାଧାରଣ ତଥା ଭାଷା ପ୍ରେମୀ ମାନେ ଦାବି କରିଛନ୍ତି ।

Popular Articles